ପୁରୁଣା ଭୁବନେଶ୍ବର: ରାଜଧାନୀରେ ପ୍ରଥମ କରି ଦେଖିବାକୁ ମିଳିବ ଗଣେଶଙ୍କ ପିତ୍ତଳ ମେଢ଼। ପୁରୁଣା ଭୁବନେଶ୍ବରର ପରକରଣସାହିରେ ମା’ ନାରାୟଣୀ ଯୁବକ ସଂଘର ୩୫ ତମ ଗଣେଶ ପୂଜା ପାଳନ କରୁଥିବା ବେଳେ ଚଳିତ ବର୍ଷ ଏହି ପିତ୍ତଳ ମେଢ଼ର ପରିକଳ୍ପନା କରାଯାଇଛି। କଟକରେ ଏହି ମେଢ଼ ତିଆରି ହୋଇଥିବା ବେଳେ ଏହାର ଉଚ୍ଚତା ୧୨ ଫୁଟ ରହିଛି ଓ ଏଥି ପାଇଁ ତିନିଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହାର ଓଜନ ପାଖାପାଖ ଦେଢ଼ କ୍ବିଣ୍ଟାଲ ରହିଛି। ଚଳିତବର୍ଷ ଗଣେଶ ପୂଜାରେ ସାତ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୩ ଦିନ ଆୟୋଜିତ ହେଉଥିବା ଏହି ପୂଜାର ଅନ୍ୟ ଆକର୍ଷଣ ଭାବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶ୍ରୀକାକୁଲମ୍ର ବ୍ୟାଣ୍ଡ ପାର୍ଟିର ପାରମ୍ପରିକ ବାଜା ଓ ଲେଜର ଲାଇଟ ସୋ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ ସମର୍ଥା, ଚିତ୍ତରଞ୍ଜନ ନାୟକ, ଶିଶିର ସମର୍ଥା, ସୁଭାଷ ବାରିକ, ଦିଲୀପ କୁମାର ବେହେରା, ଶ୍ରୀଜିତ ବେହେରାଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ କହିଛନ୍ତି।
ରାଜଧାନୀରେ ପ୍ରଥମ ପିତ୍ତଳ ଗଣେଶ ମେଢ଼
ରାଜଧାନୀରେ ପ୍ରଥମ କରି ଦେଖିବାକୁ ମିଳିବ ଗଣେଶଙ୍କ ପିତ୍ତଳ ମେଢ଼। ପୁରୁଣା ଭୁବନେଶ୍ବରର ପରକରଣସାହିରେ ମା’ ନାରାୟଣୀ ଯୁବକ ସଂଘର ୩୫ ତମ ଗଣେଶ ପୂଜା ପାଳନ କରୁଥିବା ବେଳେ ଚଳିତ ବର୍ଷ ଏହି ପିତ୍ତଳ...
/sambad/media/media_files/2025/08/11/untitled-10-2025-08-11-06-35-12.jpg)