ଭୁବନେଶ୍ବର: ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି। ପୋଷ୍ଟରଟି ସୁଦୃଶ୍ୟ ହେବା ସହ ଆକର୍ଷଣୀୟ ହୋଇ ପାରିଛି। ‘ରକ୍ତ ଗୋଲାପ’ର କାହାଣୀରେ ପ୍ରେମ, ରହସ୍ୟ ଓ ନାଟକୀୟତା ଭରି ରହିଥିବା ବେଳେ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅଶ୍ରୁଜିତ ମହାପାତ୍ର ଓ ଶୋଭନ ଦାସ। ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଓ ପିନାକୀ ସିଂ। ପୂର୍ବରୁ ‘ଚରିତ୍ର’ (୨୦୨୦), ‘ଡାଲଚିନି’ (୨୦୨୨) ଓ ‘ଫାଲଗୁନ ଚୈତ୍ର’ର ନିର୍ଦ୍ଦେଶନା ଦେଇ ବେଶ୍ ସଫଳତା ହାସଲ କରିଛନ୍ତି ଏହି ନିର୍ଦ୍ଦେଶକ ଯୋଡ଼ି। ପ୍ରେମ ଓ ତ୍ୟାଗର ମହନୀୟତା ସହ ନ୍ୟାୟିକ ଲଢେଇ ଉପରେ ପର୍ଯ୍ୟବେସିତ ଏହାର କାହାଣୀ। ଜଣେ ନାରୀ କିଭଳି ନିଜ ପରିବାରର ସୁରକ୍ଷା ପାଇଁ ଏକ ବଡ଼ ଆହ୍ୱାନକୁ ଗ୍ରହଣ କରିନିଏ, ଏଥିରେ ତା’ର ନିଛକ ଅବତାରଣା ରହିଛି। ଏଲିନାଙ୍କ ସହ ଚଳଚ୍ଚିତ୍ରରେ ଅଭିନେତା ଅଭିଷେକ ଗିରି, ସମରେଶ ରାଉତରାୟ, ଚୌଧୁରୀ ଜୟପ୍ରକାଶ ଦାସ, ହର ରଥ ଓ ଉଦିତ ଗୁରୁଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ‘ରକ୍ତ ଗୋଲାପ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ପ୍ରଧାନ। ଚିତ୍ରନାଟ୍ୟ ତଥା ସଂଳାପ ରଚନା କରିଛନ୍ତି ଅମିତ କୁମାର ଦାସ ଓ ଅନିଲ ବାରିକ। କ୍ୟାମେରା ପରିଚାଳନା କରିଛନ୍ତି ଯୁଧିଷ୍ଠିର ବେହେରା। ସମ୍ପାଦନାରେ ଅଛନ୍ତି ଅଙ୍କିତ ବିଦ୍ୟାଧର। ଶବ୍ଦସଜାରେ ଶକ୍ତି ସ୍ୱରୂପ ଦ୍ବିବେଦୀ ଥିବା ବେଳେ କଳା ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମହାନ୍ତି। ବିତରଣ ଦାୟିତ୍ୱ ବହନ କରିଛନ୍ତି ରାଜଶ୍ରୀ। ‘ରକ୍ତ ଗୋଲାପ’ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛନ୍ତି।
Blood Rose: ସାମ୍ନାକୁ ଆସିଲା ‘ରକ୍ତ ଗୋଲାପ’ର ପ୍ରଥମ ଲୁକ୍
ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି। ପୋଷ୍ଟରଟି ସୁଦୃଶ୍ୟ ହେବା ସହ ଆକର୍ଷଣୀୟ ହୋଇ ପାରିଛି।
/sambad/media/media_files/2025/11/16/untitled-20-2025-11-16-06-24-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)