ବାଲିଅନ୍ତା: ସ୍ଥାନୀୟ ପୂରଣପଧାନ ପଞ୍ଚାୟତରେ ଆଜି ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲ୍ଲା ପରିଷଦ ସଭ୍ୟା କୁନ୍ମୁନ ଲେଙ୍କା, ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଉପାଧ୍ୟକ୍ଷା ଇତିଶ୍ରୀ ଜେନା ଓ ବ୍ଲକ୍ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି, ସରପଞ୍ଚ ଦୁର୍ଯ୍ୟୋଧନ ମଲ୍ଲିକ, ପୂର୍ବତନ ସରପଞ୍ଚ ମାନସ କୁମାର ନାୟକ ଓ ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୮ ଲକ୍ଷ ଟଙ୍କାର ଅନୁଦାନରେ ପୂରଣଶାସନ କଡ଼କିଆ ବ୍ରିଜ୍ଠାରୁ ପୂରଣପଧାନ ପିଏମ୍ଜିଏସ୍ୱାଇ ପର୍ଯ୍ୟନ୍ତ ପ୍ରାୟ ୬୦୦ ମିଟର ରାସ୍ତାର ଭିତ୍ତିପ୍ରସ୍ତର ପଡ଼ିଥିଲା।
ସେହିଭଳି ୩ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନରେ ଦଳିତସାହି କ୍ଲବ୍ ଘରଠାରୁ ଲାଞ୍ଜିବନ୍ଧ ପର୍ଯ୍ୟନ୍ତ ପ୍ରାୟ ୩୦୦ ଫୁଟ୍ ପର୍ଯ୍ୟନ୍ତ ଡ୍ରେନେଜ୍ ନିର୍ମାଣ, ୩.୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୀଳମଣି ମନ୍ଦିରଠାରୁ ମଲ୍ଲିକ ଘର ପର୍ଯ୍ୟନ୍ତ ଅଢ଼େଇ ଶହ ଫୁଟ୍ ରାସ୍ତା ନିର୍ମାଣ, ବୁଦ୍ଧିପଡ଼ା ଗାଦିବ୍ରହ୍ମପୀଠ ନିକଟରେ ଦୁଇ ଲକ୍ଷ ଟଙ୍କାର ଜିଲ୍ଲା ପରିଷଦ ଅନୁଦାନରେ ଅସଂପୂର୍ଣ୍ଣ କୋଠଘର ନିର୍ମାଣ, ଅଢ଼େଇ ଲକ୍ଷ ଟଙ୍କା ସମିତି ଅଂଶଧନରେ ତ୍ରିବେଣୀଶ୍ବର ଚକରାସ୍ତା ଉନ୍ନତୀକରଣ ଓ ସାଢ଼େ ୩ ଲକ୍ଷ ଟଙ୍କା ଅନୁଦାନରେ ପୂରଣ ଭୋଇସାହିର ଢଳେଇ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ନାଏବ ସରପଞ୍ଚଙ୍କ ସମେତ ୱାର୍ଡସଭ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/36-12.jpg)