ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମସିର ୩ ନମ୍ବର ୱାର୍ଡରେ ପ୍ରାୟ ୨ କୋଟି ଟଙ୍କାର ରାସ୍ତା ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ୱାର୍ଡ ଅନ୍ତର୍ଗତ ପଟିଆ ଗ୍ରାମର ପୁରୁଷୋତ୍ତମ ଘରଠାରୁ ଡମଣା ଶିବ ମନ୍ଦିର ପର୍ଯ୍ୟନ୍ତ ୧.୧୧୦ କିମି ରାସ୍ତା ନିର୍ମାଣ ଲାଗି ସ୍ଥାନୀୟ ବିଧାୟକ ତଥା ବିଜେଡି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟ ଲାଗି ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି।
ସୂଚନା ଅନୁଯାୟୀ, ଦୁଇଟି ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତାର ଦୁରବସ୍ଥା ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜୀବୀମାନେ ବିଧାୟକଙ୍କ ଜନଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରିଥିଲେ। ତାହାକୁ ଆଧାର କରି ବିଧାୟକ ତତ୍ପରତା ପ୍ରକାଶ କରିବା ସହ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରି ପଡ଼ି ରହିଥିବା ଏହି କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ନୃସିଂହ ରାଉତ, ପୂର୍ବତନ କର୍ପୋରେଟର ଜୟନ୍ତୀ ଜେନା, ବିଷ୍ଣୁ ଚରଣ ପାତ୍ର, ଯୁବନେତା ଚିତ୍ତରଞ୍ଜନ ପାତ୍ର, ଜିତୁ ରାୟ, ଯଯାତି ଜେନା, ହିମାଂଶୁ ଶେଖର ଦାଶ, ତ୍ରୈଲୋକ୍ୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/5f456hfs456h4fs65h456fshfshfhfhhhhhhhhhhhhhhhhhh.jpg)