ଭୁବନେଶ୍ବର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ପାଣ୍ଠିରୁ ୨.୫୦ କୋଟି ଟଙ୍କାରେ ଲିଙ୍ଗରାଜ ଲେପ୍ରୋସି କଲୋନିର ୩୧ଜଣ ଅନ୍ତେବାସୀଙ୍କ ପାଇଁ ଗୃହ ନିର୍ମାଣ କାର୍ଯ୍ୟର ଭୂମିପୂଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ମହାମାୟା ସ୍ୱାଇଁ ଉପସ୍ଥିତ ଥିଲେ। ଗତ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ପରେ ୱାର୍ଡ ନଂ ୫୪ରେ ଭୁବନେଶ୍ୱର ମହାନଗର ନିଗମ ଦ୍ବାରା ଦୁଇଟି ରାସ୍ତା ଓ ନାଳ ନିର୍ମାଣ ପାଇଁ ୩୫ଲକ୍ଷ, ପଣ୍ଡିତ ରଘୁନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ପାଇଁ ୮ଲକ୍ଷ, ଅଙ୍ଗନବାଡ଼ି ଗୃହ ପାଇଁ ୭ଲକ୍ଷ ଟଙ୍କାର ପ୍ରକଳ୍ପ ମନ୍ତ୍ରୀ ଶ୍ରୀ ପଣ୍ଡା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୱାର୍ଡ ନଂ ୫୩ରେ ବରିଷ୍ଠ ନାଗରିକ, ଯୁବ, ମହିଳାମାନଙ୍କ ଦ୍ବାରା ବୃକ୍ଷରୋପଣ, ୱାର୍ଡ ନଂ ୬୧ରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୀମଟାଙ୍ଗି ଭଗବତୀ ବିଜୁ ଆଦର୍ଶ କଲୋନି ଏବଂ ୱାର୍ଡ ନଂ ୬୫ର ଜଗନ୍ନାଥ ମନ୍ଦିର ନିକଟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ମଧ୍ୟ ବୃକ୍ଷରୋପଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରିନ ୱାର୍ଲଡ ଟ୍ରଷ୍ଟ ପକ୍ଷରୁ ଚାରା ଯୋଗାଇ ଦିଆଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର, ବିଜୁ ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, କର୍ପୋରେଟର ଶିବପ୍ରସାଦ ବେହେରା, ଶିବପ୍ରସାଦ ରାୟ, ବିରଞ୍ଚି ନାରାୟଣ ମହାସୂପକାର, ବିନୟିନୀ ଜେନା, ରଶ୍ମିରଞ୍ଜନ ପାଟ୍ଟଶାଣୀ, ହୃଦୟବଲଭ ସାମନ୍ତରାୟ, ସକିବା ମୁସାରତ୍, ଛବି ଦାସ, ଅଜିତ୍ ବେହେରା, ଚନ୍ଦ୍ରଶେଖର ମଲ୍ଲିଆ, ଶ୍ରୀଧର ବେହେରା, ଛବୀନ୍ଦ୍ର ଜେନା, ରାଜେଶ ପାତ୍ର, ସୁଜିତ୍ ସ୍ୱାଇଁ, ଅନିତାରାଣି ମହାନ୍ତି, ଦାଶରଥୀ ଗରାବଡୁ, ନଳିନୀକାନ୍ତ ପଣ୍ଡା, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ମୁଜାହିଦ୍ ହୁସେନ, ବର୍କତ୍ ତୁଲା, ପ୍ରସନ୍ନ ପରିଡ଼ା, ପ୍ରସନ୍ନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/38-12.jpg)