ଧଉଳି: ଧଉଳି ଥାନା ଅଧୀନ ପୁରୀ-କଟକ ବାଇପାସ୍ ଜାତୀୟ ରାଜପଥର ଦଶହରା ପଡ଼ିଆ ନିକଟରେ ଆଜି ଦିନ ଗୋଟାଏ ବେଳେ ଦୁଇଜଣ ଦୁର୍ବୃତ୍ତ ଜଣେ ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି। ଭ୍ୟାନିଟିରେ ୧୦ ହଜାର ଟଙ୍କା ସହିତ ଏଟିଏମ୍ କାର୍ଡ ଓ ପାସ୍ବୁକ୍ ଥିଲା। ଏ ସଂପର୍କରେ ଲୁଟ୍ର ଶିକାର ହୋଇଥିବା ଯୁବତୀଙ୍କ ବାପା ମନୋଜ ମହାନ୍ତି ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍ ସୂଚନା ମୁତାବକ, ଆଜି ଅପରାହ୍ଣରେ କଟକ ଜିଲ୍ଲା ନିଆଳି ଥାନା ଅଧୀନ ତିହୁଡ଼ି ଗ୍ରାମର ମନୋଜ ମହାନ୍ତିଙ୍କ ଝିଅ ଓ ଶଳା ଗୋଟିଏ ବାଇକ୍ର କଟକ ଅଭିମୁଖେ ଯାଉଥିଲେ। ମନୋଜଙ୍କ ଝିଅ ଉତ୍ତରା ଛକସ୍ଥିତ ଏଟିଏମରୁ ୮ହଜାର ଟଙ୍କା ଉଠାଇ ଭ୍ୟାନିଟି ବ୍ୟାଗ୍ରେ ରଖିଥିଲେ। ବ୍ୟାଗ୍ରେ ପୂର୍ବରୁ ଆଉ ୨ହଜାର ଟଙ୍କା ଥିଲା। ଦୁଇଜଣ ଯୁବକ ଏକ ପଲ୍ସର ବାଇକ୍ରେ ପିଛା କରି ଶିଶୁପାଳଗଡ଼ ଦଶହରା ପଡ଼ିଆ ନିଛାଟିଆ ସ୍ଥାନରେ ଭ୍ୟାନିଟି ଝାମ୍ପି ନେଇ କଟକ ଅଭିମୁଖେ ଫେରାର ହୋଇଯାଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp