ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ସହସ୍ର ଶିବଲିଙ୍ଗ ସ୍ଥଳ ଦେବୀପାଦହରାକୁ ନୂଆ ରୂପ ଦେବା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପ୍ରୟାସ ଆରମ୍ଭ କରିଛି। ମେସିନ୍ ସାହାଯ୍ୟରେ ପୋଖରୀରୁ ପାଣି ନିଷ୍କାସନ କରାଯିବା ସହ ପଙ୍କ ଉଦ୍ଧାର କରାଯାଉଛି। ପ୍ରବେଶ ପଥ ପାହାଚର ମଧ୍ୟ ପୁନରୁଦ୍ଧାର କରାଯାଉଛି। ଚଟାଣକୁ ସୁରକ୍ଷିତ ରଖିବା ପାଇଁ ଫାଟର ମରାମତି କରାଯାଉଛି। ଲାଖ, ଗୁଡ଼, ଚୂନ, ଇଟାଗୁଣ୍ଡରେ ଏକ ପେଷ୍ଟ ତିଆରି କରାଯାଇ ଫାଟଗୁଡ଼ିକର ମରାମତି କରାଯାଉଛି। ତେବେ ଏଠାରେ ଥିବା ଶହସ୍ର ଶିବଲିଙ୍ଗ ମଧ୍ୟରୁ ଅନେକ ମନ୍ଦିର ଭାଙ୍ଗିଯାଇଥିବା ବେଳେ ଏବେ କିଛି ମନ୍ଦିରର ପୁନରୁଦ୍ଧାର କରାଯିବ। ପରବର୍ତ୍ତୀ ସମୟରେ ଏହି ମନ୍ଦିରଗୁଡ଼ିକର ଉଦ୍ଧାର ପାଇଁ ଏକ ବଜେଟ୍ ପ୍ରସ୍ତୁତ କରାଯିବ। ତାହା ଅନୁମୋଦନ ହେବା ପରେ ପୁନରୁଦ୍ଧାର କାର୍ଯ୍ୟ ଆଗେଇବ।
ସୂଚନାଯୋଗ୍ୟ, ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ରହିଛି ଦେବୀପାଦହରା ପୁଷ୍କରିଣୀ। ଏହି ପୁଷ୍କରିଣୀ ଚାରିପଟେ ୧୦୮ଶିବଲିଙ୍ଗ ମନ୍ଦିର ରହିଛି। ଏଥିମଧ୍ୟରୁ ୬୦ଟି ମନ୍ଦିରରେ ଶିବଲିଙ୍ଗ ନଥିବା ବେଳେ ୨୨ଟି ଭଗ୍ନ ଅବସ୍ଥାରେ ପଡ଼ି ରହିଛି। ୪ ବର୍ଷ ତଳୁ ଏଏସ୍ଆଇ ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବଜେଟ୍ ଅଭାବରୁ କାମ ବନ୍ଦ ରହିଥିଲା।
ଦେବୀ ପାଦହରା ପୁଷ୍କରିଣୀରୁ ପଙ୍କ ଉଦ୍ଧାର
/sambad/media/post_attachments/wp-content/uploads/2022/03/56d4g65da4gd5a64gd5a6gdagdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)