ୟୁନିଟ୍‌-୮ ଡିଏଭିର ସୁବର୍ଣ୍ଣ ଜୟନ୍ତୀ ଉଦ୍‌ଯାପିତ

ଭୁବନେଶ୍ବର: ସପ୍ତାହେ ଧରି ଚାଲିଥିବା ୟୁନିଟ୍‌-୮ ଡିଏଭି ପବ୍ଲିକ୍‍ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଅନ୍‌ଲାଇନ୍‌ରେ ଯୋଗଦେଇ ୫୦ବର୍ଷର ଇତିବୃତ୍ତି ଉପରେ ଆଧାରିତ ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ସେହିପରି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ପ୍ରଶାସିକା ରୁପା ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଡିଏଭିର ମୂଲ୍ୟବୋଧକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଡିଏଭି ଆନ୍ଦୋଳନର ୩ ପ୍ରମୁଖ କର୍ଣ୍ଣଧାରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ଡିଏଭି କଲେଜ ପରିଚାଳନା ସମିତି, ନୂଆଦିଲ୍ଲୀର ସଭାପତି ପଦ୍ମଶ୍ରୀ ପୁନମ୍‍ ସୁରୀ, ନିର୍ଦ୍ଦେଶିକା ଡ. ନିଶା ପେଶିନ୍‍, ବିଦ୍ୟାଳୟ ସଭାପତି ବିଜୟ କୁମାର ପଟ୍ଟନାୟକ ଶିକ୍ଷାୟତନର ଉଲ୍ଲଖନୀୟ ସଫଳତାକୁ ପ୍ରଶଂସା କରିଥିଲେ।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତୀୟ ରାସାୟନିକ ସଂସ୍ଥାନର ନିର୍ଦ୍ଦେଶକ ଡ. ଭାସ୍କର ନାରାୟଣ ଥୋରାଟ୍‍ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକକ ମୌନ ଅଭିନୟ ଓ ହାସ୍ୟ ରସାତ୍ମକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ‘ସ୍ବର୍ଣ୍ଣାଞ୍ଜଳି’ ଅନୁଷ୍ଠିତ ହୋଇଥିଲା। ବିଏମ୍‍ସି କମିସନର ସଂଜୟ କୁମାର ସିଂହ ବିଦ୍ୟାଳୟ ସମ୍ମୁଖରେ ଓଡ଼ିଶାରେ କଳା, ଭାସ୍କର୍ଯ୍ୟ ଓ ସ୍ଥାପତ୍ୟକୁ ପ୍ରତୀକ କ୍ଷେତ୍ରକୁ ଉଦ୍‍ଘାଟନ କରିଥିଲେ। ପୂର୍ବତନ ସଭାପତି ମଦନ ମୋହନ ପଣ୍ଡା, ଡିଏଭି ପୋଖରୀପୁଟ ସଭାପତି ଡ. ଅରୁଣ କୁମାର ରଥ, ଆଂଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ, ସହଆଞ୍ଚଳିକ ନିର୍ଦ୍ଦେଶିକା ଡ. ସୁଜାତା ସାହୁ, ମ୍ୟାନେଜର ଡ. ଡି.ଏନ୍‍ ମିଶ୍ର, ପୂର୍ବତନ ଅଧ୍ୟକ୍ଷା ଡ. ଭାଗ୍ୟବତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ବିଜୟ ଭାରତୀ ଶର୍ମା ଓ ବଲ୍‍ଜିତ୍‍ କୌର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷା ଈପ୍‍ସିତା ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର