ଭୁବନେଶ୍ୱର: ଲେଖକ ବିବୁଧ ରଞ୍ଜନଙ୍କ ‘ମର୍ଡର ମିଷ୍ଟ୍ରି ଅଫ୍ ଶ୍ରୀଚୈତନ୍ୟ’, ‘ହଁ, ମୃତ୍ୟୁ ପରେ ବି ଜୀବନ’ ଓ ‘ଭକ୍ତ ଡୋରିରେ ଶ୍ରୀଜଗନ୍ନାଥ’ ତିନିଟି ପୁସ୍ତକକୁ ରାଜ୍ୟପାଳ ଗଣେଶୀ ଲାଲ୍ ମଙ୍ଗଳବାର ଉନ୍ମୋଚନ କରିଛନ୍ତି।
ଭୁବନେଶ୍ବରସ୍ଥିତ ବିକେ ପବ୍ଲିକେସନ ଦ୍ୱାରା ତିନିଟିଯାକ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ତତ୍ତ୍ବ, ତଥ୍ୟ, ବିଭୁ ଓ ମାନବୀୟ ଚେତନାର ଆଧାରରେ ପୁସ୍ତକଗୁଡ଼ିକ ସମୃଦ୍ଧ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀଚୈତନ୍ୟଙ୍କ ଉପରେ ଆଧାରିତ ପୁସ୍ତକ ଦୁଇଟି ଜଗନ୍ନାଥ ସଂସ୍କୃତିର ଅନେକ ଦିଗ ପାଠକଙ୍କ ନିକଟରେ ଉନ୍ମୋଚିତ କରିବ ଏବଂ ଅନ୍ୟ ପୁସ୍ତକଟି ଜୀବନର କଥା କହିବ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ। ଏହି ଉନ୍ମୋଚନ ପର୍ବରେ କବି ରକ୍ଷକ ନାୟକ ଓ ପ୍ରକାଶକ ବିଜୟ କୁମାର ମହାପାତ୍ର ଓ ଲେଖକ ବିବୁଧ ରଞ୍ଜନ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/40-4.jpg)