ଗ୍ରାହକଙ୍କ ମନ ଜିତୁଛି ‘ଦି ହାଟ୍‌’

ଭୁବନେଶ୍ୱର: ଫେୟାରକେୟାର ପ୍ରଦର୍ଶନୀ ପକ୍ଷରୁ ‘ଦି ହାଟ୍‌’ ହୋଟେଲ୍‌ ପାଲ ହାଇଟସ୍‌ରେ ଆଜିଠାରୁ ଆରମ୍ଭ ହୋଇଛି। ଦୁଇଦିନିଆ ଏହି ପ୍ରଦର୍ଶନୀରେ ୫୦ରୁ ଊର୍ଦ୍ଧ୍ୱ ବ୍ରାଣ୍ଡ ଯେପରିକି ଜେମସ୍‌ ଆଣ୍ଡ ଜ୍ୱେଲସ୍‌, ବେରିସ୍‌ କୋଲକାତା, ଲକ୍ଷ୍ମୋଭି ପ୍ଲାଜୋ, ମାନକ ଓ ରୁବି କଲେସ୍କନ, ହିମାଚଳ ହସ୍ତତନ୍ତ ଶାଢ଼ି, ଅକ୍ଷୟ ମିତ୍ରା,ରତନା ଶାହାଙ୍କ ‘ନିର୍‌ମିତି’, କୋଲକାତାର ଖେମକା ବ୍ଲାଉଜ ଏବଂ ବଡର, ରାଏ ବଟିକ୍ୟୁ ଆଦିର ପୋଷାକ, ଅଳଙ୍କାର ଓ ଗୃହୋପକରଣ ଉପଲବ୍ଧ ହେଉଛି।

ଫେୟାରକେୟାର୍‌ର ନିର୍ଦ୍ଦେଶକ ଅନୁପମ ମୁଖାର୍ଜୀ ଏହି ଅବସରରେ କହିଛନ୍ତି ଯେ ଏହି ପ୍ରଦର୍ଶନୀ ପାର୍ବଣର ପ୍ରାକ୍‌ ପ୍ରସ୍ତୁତି। ଏଥିରେ ଭାରତର ବିଭିନ୍ନ ସହରର ଭିନ୍ନଭିନ୍ନ ଡିଜାଇନ୍‌ର ସାମଗ୍ରୀ ଓଡ଼ିଶାର ଗ୍ରାହକମାନେ ପାଇପାରିବେ। ଏହା ନିଶ୍ଚିତ ଭାବେ ସେମାନଙ୍କ ମନକୁ ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ପ୍ରଦର୍ଶନୀ ପୂର୍ବାହ୍ନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଆଜିର ପ୍ରଥମ ଦିନରେ ଏହି ପ୍ରଦର୍ଶନୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର