ଅନ୍‌ଲାଇନ ପରୀକ୍ଷା ଦାବିରେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଅନୁବନ୍ଧିତ ମହାବିଦ୍ୟାଳୟର ସେମିଷ୍ଟର ପରୀକ୍ଷା ଅନ୍‌ଲାଇନରେ କରିବା କିମ୍ବା ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରିବାକୁ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ଛାତ୍ରୀମାନେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଛାତ୍ରୀମାନେ ପୂର୍ବରୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଭେଟିଥିବା ବେଳେ ଆଜି ପୂର୍ବାହ୍ନରେ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସେମାନେ କହିଛନ୍ତି ଯେ କରୋନା ଯୋଗୁଁ ଠିକ୍‌ ଭାବେ ପାଠପଢ଼ା ହୋଇ ନଥିବାରୁ ସବୁ ପାଠ୍ୟକ୍ରମ ଶେଷ ହୋଇନାହିଁ। ତେଣୁ ଯୁକ୍ତ୩ ଦ୍ବିତୀୟ ଓ ଚତୁର୍ଥ ଏବଂ ପିଜି ଦ୍ବିତୀୟ ସେମିଷ୍ଟର୍‌ ପରୀକ୍ଷା ନ କରିବାକୁ ସେମାନେ ଦାବି କରିଛନ୍ତି। ପୂର୍ବ ସେମିଷ୍ଟର୍‌ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ କରିବା କିମ୍ବା ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ଛାତ୍ରୀମାନେ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର