ଓଡ଼ିଶାର ଆଦିବାସୀଙ୍କ ସଂସ୍କୃତିରେ ରହିଛି ଭାରତର ଚିତ୍ର

ଟାଟା ଷ୍ଟିଲ ଭୁବନେଶ୍ବର ସାହିତ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର: ଓଡ଼ିଶାର ଆଦିବାସୀ ଓ ସେମାନଙ୍କ ସଂସ୍କୃତିକୁ ଛାଡ଼ିଦେଲେ ଭାରତର ପରିକଳ୍ପନା ଅଧୁରା ରହିଯିବ। ଆଦିବାସୀ ପରମ୍ପରା, ଭାଷା ଓ ସଂସ୍କୃତିରେ ଭ‌ାରତର ପୂରା ଚିତ୍ର ଦେଖିବାକୁ ମିଳେ। ବହୁମୁଖୀ ସଂସ୍କୃତିର ମିଶ୍ରଣ ହେଉଛି ଓଡ଼ିଶାର ଆଦିବାସୀ ସଂସ୍କୃତି। ଲୋକେ ଭାରତୀୟ ସଂସ୍କୃତିକୁ ଗୋଟିଏ ତରଳୁଥିବା ଧାତୁ ବା ମେଲ୍‌ଟିଙ୍ଗ ପଟ୍‌ ସହ ତୁଳନା କରନ୍ତି। ବିଭିନ୍ନତା ମଧ୍ୟରେ ଏକତାର ଦେଶ ଭାରତ ବୋଲି ଆମେ ଜାଣୁ। ହେଲେ କେହି ନିଜର ଏକତା ଭିତରେ ଅସ୍ତିତ୍ବ ହରାଇ ନାହାନ୍ତି। ତେଣୁ ଭାରତୀୟ ସଂସ୍କୃତିକୁ ମେଲ୍ଟିଂପେଟ୍‌ ସହ ତୁଳନା କରିବା ଯଥାର୍ଥ ନୁହେଁ।

ତରଳୁଥିବା ଧାତୁ ନିଜର ଅସ୍ତିତ୍ବ ହରାଇବସେ, ଆଉ ଏକ ନୂତନ ବସ୍ତୁର ସୃଷ୍ଟି ହୁଏ। ହେଲେ ଓଡ଼ିଶାରେ ତଥା ଭାରତରେ ଏତେ ଭାଷା, ଧର୍ମ, ଜାତି ରହିଥିଲେ ମଧ୍ୟ ସମସ୍ତେ ନିଜର ନିଜର ଗୁଣ, ମହତ୍ବ ଓ ଗୁରୁତ୍ବକୁ ବଜାୟ ରଖିଛନ୍ତି। ସେଥିରେ ପରିବର୍ତ୍ତନ ହୋଇନାହିଁ। ଷଷ୍ଠ ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ଗବେଷକ ତଥା ଲେଖକ ଆର୍‌. ବାଲକ୍ରିଷ୍ଣନ୍‌ ଏହା କହିଛନ୍ତି। ସମ୍ପଦ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ‘ଏ ଜର୍ଣ୍ଣି ଅଫ୍‌ ସିଭିଲାଇଜେସନ୍‌-ଇଣ୍ଡସ୍‌ ଟୁ ବୈଗଇ’ ଶୀର୍ଷକ ଆଲୋଚନାରେ ସେ ଏହା କହିଥିଲେ। ସେ ଆହୁରି କହିଥିଲେ, ଚାକିରି ଜୀବନରେ ସେ ଓଡ଼ିଶାରେ ଆଦିବାସୀଙ୍କଠାରୁ ଅନେକ କଥା ଶିଖିଛନ୍ତି।

ଅନ୍ୟତମ ବିଶିଷ୍ଟ ଲେଖକ ତଥା ସାମ୍ବାଦିକ ଟୋନି ଯୋଶେଫ ଯୋଗଦେଇ କହିଥିଲେ, ଅତୀତରେ ଗଢ଼ି ଉଠିଥିବା ଅନେକ ସଭ୍ୟତା କିପରି ନିଜ ଭିତରେ ବିଭିନ୍ନ କ୍ଷେତ୍ରରେ ସମାନତା ବଜାୟ ରଖୁଥିଲେ, ଆମେ ଜାଣିନାହୁଁ। ଆମେ ଏଯାବତ୍‌ ସଠିକ ଭାବେ ଜାଣିନାହାନ୍ତି ଯେ ଆଉ ଏକ ସଭ୍ୟତା କିପରି ଗଢ଼ାଯିବ। ହୁଏତ ଆହୁରି ଅନେକ କଥା ଜାଣିବାକୁ ଓ ପଢ଼ିବାକୁ ଅଛି।

ସମ୍ବନ୍ଧିତ ଖବର