‘ଜୟଦେବ ସମ୍ମାନ’ ରାଶି ୫ ଲକ୍ଷକୁ ବୃଦ୍ଧି କରାଯାଉ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ସମ୍ମାନ’ର ପୁରସ୍କାର ରାଶିକୁ ୨ ଲକ୍ଷରୁ ବୃଦ୍ଧି କରି ୫ ଲକ୍ଷ ଟଙ୍କା କରାଯାଉ। ଏଥିସହ ‘ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର’ ବାବଦ ଅର୍ଥରାଶିକୁ ୧ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୨ଲକ୍ଷ କରାଯାଉ। ଓଡ଼ିଶା ସିନେ କ୍ରିଟିକ ଆସୋସିଏସନ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରାଯାଇଛି। ନିକଟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସମସ୍ତ ଏକାଡେମିର ପୁରସ୍କାର ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାଶ ସମ୍ମାନ’, ସଙ୍ଗୀତ ନାଟକ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଓ ଲଳିତ କଳା ଏକା‌ଡେମିର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ବାବଦ ନଗଦ ଅର୍ଥରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପ୍ରବୀଣ ଓ ନବୀନମାନଙ୍କୁ ପ୍ରୋତ୍ସାହନ ଦେଉଛି। ଏଣୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ରହିଥିବା ଏହି ବୈଷମ୍ୟଗତ ତ୍ରୁଟିର ସମାଧାନ ପାଇଁ ଆସୋସିଏସନ୍‌ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ଦିଲ୍ଲୀପ ହାଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର