ଭୁବନେଶ୍ବର : ରବିବାର ଅପରାହ୍ନରେ ଜଣେ ଫେରିବାଲା ସୁନା ବ୍ୟବସାୟୀଙ୍କ ଗହଣା ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଏନେଇ ବ୍ୟବସାୟୀ ସୁଶାନ୍ତ ସାହୁ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି।
ସୁଶାନ୍ତଙ୍କ ଅଭିଯୋଗ ଅନୁଯାୟୀ, ସେ ଯାଁଳାରେ ରୁହନ୍ତି। ଆଜି ସକାଳୁ ତାଙ୍କ ସୁନା ଓ ରୁପା ଅଳଙ୍କାର ଆଣି ଶିରିପୁରରେ ବିକ୍ରି କରିବାକୁ ଆସିଥିଲେ। ବ୍ୟବସାୟ କରିବା ପରେ ଅପରାହ୍ନରେ ଘରକୁ ଫେରିଥିଲେ। ଖଣ୍ଡଗିରି ନିକଟସ୍ଥ ଏକ ହୋଟେଲ୍ ନିକଟରେ ଗାଡ଼ି ରଖି ସେ ପାଖ ବଜାରକୁ ମାଛ କିଣିବାକୁ ଯାଇଥିଲେ। ମାଛ କିଣି ଫେରିବା ବେଳକୁ ତାଙ୍କ ଲୁନାରେ ଥିବା ଅଳଙ୍କାର ବ୍ୟାଗ୍ ଚୋରି ହୋଇଯାଇଥିଲା। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନିକଟସ୍ଥ ହୋଟେଲ୍ରୁ ସିସିଟିଭି ସଂଗ୍ରହ କରି ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/ornaments.jpg)