ଭୁବନେଶ୍ବର: ଜେ ଆଣ୍ଡ ଟି ଜେମ୍ସ ଆଣ୍ଡ ଜୁଏଲାରିର ଦ୍ବିତୀୟ ଫ୍ଲାଗସିପ୍ ସୋ’ରୁମ ଉଦ୍ଘାଟିତ ହୋଇଛି। ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଏହି ସୋ’ରୁମକୁ ଅଭିନେତ୍ରୀ ଶ୍ରୀନିଧି ସେଟ୍ଟୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜେ ଆଣ୍ଡ ଟି ଜେମ୍ସ ଆଣ୍ଡ ଜୁଏଲାରିର ବ୍ରାଣ୍ଡ ଆମ୍ବାସଡାର ଅଭିନେତ୍ରୀ ଶିବାନୀ ସଙ୍ଗୀତା ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ।
ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଏହି ଦ୍ବିତୀୟ ସୋ’ରୁମ ଖୋଲାଯାଇଥିବା କମ୍ପାନିର ନିର୍ଦ୍ଦେଶକ ସୁରେଶ କୁମାର ଚୌଧୁରୀ ସୂଚନା ଦେଇଛନ୍ତି। ଏହା ସହିତ ସୁନା ଗହଣାର ଗଢ଼ା ମଜୁରି ବାବଦକୁ ମାତ୍ର ୧୯୯ ଟଙ୍କା ଗ୍ରାହକଙ୍କୁ ଦେବାକୁ ପଡୁଥିବା ବେଳେ ସୋ’ ରୁମ୍ ତରଫରୁ ରୁପା ଗହଣାର ଗଢ଼ା ମଜୁରି ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ସେହିପରି ହୀରା ଅଳଙ୍କାର ମୂଲ୍ୟ ଉପରେ ଫ୍ଲାଟ ୨୫% ରିହାତି ଉପଲବ୍ଧ କରାଯାଇଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/45-4.jpg)