କୋସଲି ଭାଷା ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ: ପଣ୍ଡିତ ପ୍ରବୋଧ ମିଶ୍ର

ଉତ୍କଳ ସାମ୍ବାଦିକ ଭବନରେ ୩ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: କୋସଲ ସାହିତ୍ୟ ସଂସ୍କୃତି ଏକାଡେମି ପକ୍ଷରୁ ଉତ୍କଳ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଶନିବାର ହିନ୍ଦୀ, ଓଡ଼ିଆ ଏବଂ କୋସଲି ଭାଷା‌ରେ ତିନୋଟି ପୁସ୍ତକ ଯଥାକ୍ରମେ ‘ଅଦ୍ୱୟ ସିଦ୍ଧି’, ‘ମନଗହନ’ ଓ ‘ପ୍ରଜ୍ଞାଲୋକ’ ଲୋକାର୍ପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏକାଡେମିର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିଲେ।

ସାରସ୍ୱତ ସାଧକ ପଣ୍ଡିତ ପ୍ରବୋଧ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, କୋସଲି ଭାଷା ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ। ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ଓ ଯୋଗ ବିଭାଗ ମୁଖ୍ୟ ପ୍ରଫେସର୍‌ ସୁବାସ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଓ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ କର ସମ୍ମାନିତ ଅତିଥି, ଶିଳ୍ପୀ ସଞ୍ଜୟ ଭଟ୍ଟ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ତିନୋଟିଯାକ ପୁସ୍ତକ ସମୀକ୍ଷା କରିଥିଲେ କବି ଆଜାଦହିନ୍ଦ୍‌ ପାଣିଗ୍ରାହୀ। ଗବେଷିକା ସୀମାରାଣୀ ରଥ ଅତିଥି ପରିଚୟ ଦେଇଥିବା ବେଳେ ଡ. ବର୍ଣ୍ଣାଳୀ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର