‘ରେଳବାଇ ପାଇଁ ଷ୍ଟାର୍ଟଅପ୍’ର ଶୁଭାରମ୍ଭ

ଭୁବନେଶ୍ବର: ରେଳବାଇର ଅଭିନବୀକରଣ କ୍ଷେତ୍ରରେ ଭାରତୀୟ ରେଳ ଷ୍ଟାର୍ଟଅପ୍‌ ନୀତି ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ। ରେଳ କ୍ଷେତ୍ରରେ ବିଭିନ୍ନ ସଂସ୍ଥାଗୁଡ଼ିକ ସହ ମିଶି ଦେଶରେ ‘ଅଭିନବ ସଂସ୍କୃତି’କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କହିଛନ୍ତି।

ଗତ ୧୩ ତାରିଖରେ ଏହି ଷ୍ଟାର୍ଟଅପ୍‌ର ଶୁଭାରମ୍ଭ କରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଭାରତୀୟ ରେଳବାଇରେ ଟେକ୍ନୋଲୋଜିର ଏକୀକରଣକୁ ନେଇ ଦୀର୍ଘ ଦିନର ଆଲୋଚନା ଆରମ୍ଭ ହୋଇଛି ଏବଂ ଏକ ନୂତନ ରୂପ ନେଇଛି। ଏହି ଷ୍ଟାର୍ଟଅପ୍ ମାଧ୍ୟମରେ ରେଳବାଇ ସହ ଯୋଡ଼ି ହେବା ପାଇଁ ଭଲ ସୁଯୋଗ ମିଳିବ। ବିଭିନ୍ନ ରେଳ ମଣ୍ଡଳ, ରେଳବାଇର ଫିଲ୍ଡ ଅଫିସ୍/ଜୋନ୍‌ଠାରୁ ପ୍ରାପ୍ତ ୧୦୦ରୁ ଅଧିକ ସମସ୍ୟା ଷ୍ଟେଟମେଣ୍ଟ ମଧ୍ୟରୁ ୧୧ଟି ସମସ୍ୟା ଷ୍ଟେଟମେଣ୍ଟକୁ ପ୍ରଥମ ପର୍ଯ୍ୟାୟ ପାଇଁ ନିଆଯାଇଛି।

ଅଭିନବ ସମାଧାନ ଖୋଜିବା ପାଇଁ ଏଗୁଡ଼ିକ ଷ୍ଟାର୍ଟଅପ୍ ପୂର୍ବରୁ ଉପସ୍ଥାପିତ ହେବ। ଏହି ସୁଯୋଗକୁ ବ୍ୟବହାର କରିବାକୁ ଷ୍ଟାର୍ଟଅପ୍‌ମାନଙ୍କୁ ଅନୁରୋଧ କରାଯାଇଛି। ସେମାନଙ୍କୁ ଭାରତୀୟ ରେଳପଥର ୫୦% ପୁଞ୍ଜି ଅନୁଦାନ, ନିଶ୍ଚିତ ବଜାର ଓ ଇକୋସିଷ୍ଟମ୍ ଆକାରରେ ସହାୟତା କରିବାକୁ ନିଶ୍ଚିତ କରାଯାଇଛି। ୧.୫କୋଟି ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଅନୁଦାନ ଦେୟ ପ୍ରଦାନ ସହ ସମାନ ଅଂଶୀଦାର ଆଧାରରେ କାର୍ଯ୍ୟକାରୀ କରାଯିବ। ସମସ୍ୟା ଷ୍ଟେଟମେଣ୍ଟର ଫ୍ଲୋଟିଂଠାରୁ ଆରମ୍ଭ କରି ପ୍ରୋଟୋଟାଇପ୍‌ର ବିକାଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା, ଏହାକୁ ସ୍ୱଚ୍ଛ ଏବଂ ଅବଜେକ୍ଟିଭ୍ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ସହ ଅନଲାଇନ୍ ଅଟେ। ରେଳବାଇରେ ପ୍ରୋଟୋଟାଇପ୍‌ର ପରୀକ୍ଷା କରାଯିବ। ପ୍ରୋଟୋଟାଇପ୍‌ର ସଫଳ କାର୍ଯ୍ୟଦକ୍ଷତା ଉପରେ ନିୟୋଜନକୁ ମାପିବା ପାଇଁ ବର୍ଦ୍ଧିତ ଅର୍ଥ ପ୍ରଦାନ କରାଯିବ।

ଇନୋଭେଟର୍‌ ଚୟନ କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ନିରପେକ୍ଷ ବ୍ୟବସ୍ଥା ଆପଣାଯିବ ବୋଲି ସେ କହିଥିଲେ। ଷ୍ଟାର୍ଟଅପ୍‌ମାନେ ରେଳ ଧାରଣାରେ ଫାଟ ଚିହ୍ନଟ ବ୍ୟବସ୍ଥା, ରେଳ ଚାପ ମନିଟରିଂ ସିଷ୍ଟମ୍, ଭାରତୀୟ ରେଳ ଜାତୀୟ ଏଟିପି ସିଷ୍ଟମ ସହିତ ଉପାନ୍ତ ଅଞ୍ଚଳ ପାଇଁ ହେଡୱେ ଉନ୍ନତି ବ୍ୟବସ୍ଥା, ଟ୍ରାକ୍ ଯାଞ୍ଚ କାର୍ଯ୍ୟକଳାପର ସ୍ୱୟଂଚାଳିତ, ଅଧିକ ପଣ୍ୟ ପରିବହନ କ୍ଷମତା ୱାଗନ୍ ପାଇଁ ସର୍ବୋଚ୍ଚ ଏଲାଷ୍ଟୋମେରିକ୍ ପ୍ୟାଡ୍‌ର ଡିଜାଇନ୍, ତିନି-ପର୍ଯ୍ୟାୟ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ସର ଟ୍ରାକ୍ସନ୍ ମୋଟର ପାଇଁ ଅନ୍ ଲାଇନ୍ କଣ୍ଡିସନ୍ ମନିଟରିଂ ସିଷ୍ଟମ ଆଦି ଉପରେ କାର୍ଯ୍ୟ କରିପାରିବେ। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ ଅନୁଯାୟୀ ପରିଭାଷିତ ଏବଂ ସ୍ୱୀକୃତିପ୍ରାପ୍ତ, ଯାହାଦ୍ୱାରା କମ୍ପାନି ଅଧିନିୟମ ଅଧୀନରେ ଅନ୍ତର୍ଭୁକ୍ତ ଯେକୌଣସି ଭାରତୀୟ କମ୍ପାନି ଯଥା ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ବ୍ୟକ୍ତିଗତ ଉଦ୍ଭାବକ ଆବେଦନ କରିବାକୁ ଶ୍ରୀ ଶ୍ରୀବାସ୍ତବ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର