ଭୁବନେଶ୍ୱର: ମଙ୍ଗଳବାର ଟାଇମ୍ସ ହାଇଅର୍ ଏଜୁକେସନ୍ ପକ୍ଷରୁ ‘ଆୱାର୍ଡସ ଏସିଆ-୨୦୨୧’ ପୁରସ୍କାର ଘୋଷଣା କରାଯାଇଛି। କିଟ୍ ବିଶ୍ୱବିଦ୍ୟାଳୟକୁ ‘ଲିଡର୍ସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍ ଅଫ୍ ଦି ଇୟର୍’ ଭାବେ ପୁରସ୍କୃତ କରାଯାଇଛି। ସମଗ୍ର ଭାରତ ତଥା ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ଏହି ଗୌରବର ଅଧିକାରୀ ହୋଇଛି।
ଲଗାତାର ଦ୍ୱିତୀୟ ବର୍ଷ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଟାଇମ୍ସ ଆୱାର୍ଡସ ଏସିଆ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି। ଗତବର୍ଷ ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟକୁ ‘ୱାର୍କପ୍ଲେସ୍ ଅଫ୍ ଦି ଇୟର’ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମ୍ମାନଜନକ ପୁରସ୍କାର ମିଳିବା ପରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ସମଗ୍ର ଏସିଆ ମହାଦେଶରୁ କିଟ୍ ଏକ ମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ପୁରସ୍କାର ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତ କିଟ୍ ଓ କିସ୍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଏ ସବୁ ସମ୍ଭବ ହୋଇ ପାରିଲା ବୋଲି କହିଛନ୍ତି।