ଭାଇଚାରା ସୃଷ୍ଟି କରିବ ଲିଙ୍ଗରାଜ ସେନା

ଭୁବନେଶ୍ବର: ପୁରୁଣା ଭୁବନେଶ୍ବରରେ ଭାଇଚାରା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଲିଙ୍ଗରାଜ ସେନା ଗଠିତ ହୋଇଛି। ଲୋକଙ୍କ ସୁଖ ଦୁଃଖରେ ଠିଆ ହେବା ସହ ପୁରୁଣା ଭୁବନେଶ୍ୱର ଓ ଲିଙ୍ଗରାଜ ମନ୍ଦିରର ଉନ୍ନତି ପାଇଁ ଏହି ସଂଗଠନ ପ୍ରତିଜ୍ଞାବଦ୍ଧ ବୋଲି ସଂଗଠନର ସଭାପତି ରାଜେନ୍ଦ୍ର କୁମାର ସମର୍ଥା କହିଛନ୍ତି। ଏହା ଏକ ଅଣ ରାଜନୈତିକ ସଂଗଠନ ଏବଂ ପୁରୁଣା ଭୁବନେଶ୍ୱରର ସମସ୍ତ ସାହିର ମୁରବିମାନେ ଏହି ସଂଗଠନ ସହ ଜଡିତ ରହିବେ ବୋଲି ଶ୍ରୀ ସମର୍ଥା ଜଣାଇଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସାହି ସାହିରେ ଥିବା ଅସୁବିଧା ସମ୍ପର୍କରେ ଲୋକେ ସଂଗଠନ କାର୍ଯ୍ୟାଳୟରେ ଜଣାଇଲେ, ସେହିସବୁ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ଲିଙ୍ଗରାଜ ମନ୍ଦିରରେ ସଂଗଠନର କାର୍ଯ୍ୟକାର୍ତ୍ତାମାନେ ପୂଜାର୍ଚ୍ଚନା କରିଥିଲେ। ପରେ କେଦାରଗୌରୀ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା। ସେଠାରେ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର