‌ଚେନ୍‌ ଲୁଟେରାକୁ ନିର୍ଧୂମ ଛେଚିଲେ, ଲୋକ କାବୁ କରି ପୁଲିସକୁ ଦେଲେ

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା। ଏମିତି ପରିସ୍ଥିତି ହେଲାଣି ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଲୁଟେରା ଲୁଟପାଟ ଚଳାଇଛନ୍ତି। ଆଜି ଲୁଇସରୋଡ୍ ଗୌତମ ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବତୀଙ୍କଠାରୁ ସୁନାଚେନ୍ ଲୁଟ୍ କରୁଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିଛି ଲୁଟେରା। ନିର୍ଧୂମ ଛେଚିବା ପରେ ବଡ଼ଗଡ଼ ଥାନା ପୁଲିସକୁ ଜିମା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଲୁଟେରାକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଧଉଳି ଇନ୍ଦିରା ହାଉସିଂ ବୋର୍ଡ କଲୋନୀର ରାଧେ ଓରଫ୍ ରାଧାକ୍ରିଷ୍ଣ ଜେନା। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାର, ଆଜି ମଧ୍ୟାହ୍ନରେ ଗୌତମ ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବତୀ ଚାଲି ଚାଲି ଯାଉଥିଲେ। ସେହି ସମୟରେ ରାଧାକ୍ରିଷ୍ଣ ବାଇକରେ ଆସି ଯୁବତୀଙ୍କ ଠାରୁ ଚେନ୍ ଲୁଟ୍ ଉଦ୍ୟମ କରିଥିଲା। କିନ୍ତୁ ବିଫଳ ହୋଇ ତଳେ ପଡ଼ିଯିବାରୁ ଲୋକ ମାଡ଼ି ବସିଥିଲେ।

ସମ୍ବନ୍ଧିତ ଖବର