ଭୁବନେଶ୍ବର: ଫସର ଫାଟିଲା ବିଏମସିର ସମସ୍ତ ପୂର୍ବ ଯୋଜନା। ଅସରାଏ ବର୍ଷାରେ ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହେଲା ସାଇଶ୍ରଦ୍ଧା କଲୋନି। ଲୁଇସ ରୋଡକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ଆଣ୍ଠୁଏ ପାଣି ରହିବା ଫଳରେ କଲୋନିବାସୀଙ୍କୁ ଯାତାୟାତ କରିବାରେ ସମସ୍ୟା ହେଉଛି। ଦୁଇ ଦିନ ଧରି ହୋଇଥିବା ବର୍ଷାରେ ପୁରୁଣା ଭୁବନେଶ୍ବର ୱାର୍ଡ ନଂ. ୬୦ ଗୌରୀନଗରସ୍ଥିତ ସାଇଶ୍ରଦ୍ଧା କଲୋନି ସହ ଲୁଇସ ରୋଡ୍କୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ପାଣି ଲହଡ଼ି ମାରୁଛି। ସ୍ଥାନୀୟ ଅଞ୍ଚଳର ମୋହନ ପରିଡ଼ା କହିଛନ୍ତି ଯେ ପ୍ରତିବର୍ଷ ଏଠାରେ ପାଣି ଜମିଥାଏ। ବାରମ୍ବାର ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲା ପରେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଉନାହାନ୍ତି। ଯେଉଁ ମାନେ ସାଇକେଲ କିମ୍ବା ଚାଲି ଚାଲି କଲୋନିକୁ ଆସୁଛନ୍ତି ସେମାନେ ବିଶେଷ ଅସୁବିଧା ଭୋଗୁଛନ୍ତି। ଏହା ସହ ଛୋଟ ଛୁଆଙ୍କ ସମେତ ବୟସ୍କ ଲୋକମାନେ ମଧ୍ୟ ପାଣିରେ ପଡ଼ି ଆହତ ହେଉଛନ୍ତି।
ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହେଲା ସାଇଶ୍ରଦ୍ଧା କଲୋନି
/sambad/media/post_attachments/wp-content/uploads/2021/06/g594j9dg49j8dg98j9dgj798dg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)