କଅଁଳ ହାତରେ ପରିବେଶ ସୁରକ୍ଷାର ବାର୍ତ୍ତା

ପୁରୁଣା ଭୁବନେଶ୍ୱର: ବୟସ ମାତ୍ର ୭। କଅଁଳ ମନ। କିନ୍ତୁ ସେହି କଅଁଳ ମନ ଭିତରେ ଛପି ରହିଛି ପରିବେଶ ସୁରକ୍ଷା ପାଇଁ ବହୁ ବଡ଼ କଥା। ତା’ର କଅଁଳ ହାତ‌ରେ ରହିଛି ପରିବେଶ ସୁରକ୍ଷାର ଯାଦୁ। ମନର କଥାକୁ ହାତରେ ଚିତ୍ର ଆକାରରେ ବେଶ୍ ନିଖୁଣ ଭାବେ ଆଙ୍କି ଲୋକଙ୍କ ମନ କିଣୁଛି କଅଁଳ ବାଳକ ଶାନ୍ତନୁ ଶାନ୍ତିସ୍ବରୂପ। ସୂଚନାଯୋଗ୍ୟ, ପୋଖରୀପୁଟ ଇନ୍ଦ୍ରପସ୍ଥ କଲୋନି ଫେଜ୍‌-୨ରେ ରହୁଛନ୍ତି ପରିବେଶବିତ୍ ସୁଶାନ୍ତ ସାହୁ। ବାପାଙ୍କ ପଦାଙ୍କ ଅନୁସରଣ କରି ପୁଅ ଶାନ୍ତନୁ ପରିବେଶ ସୁରକ୍ଷା ପାଇଁ କଅଁଳ ବୟସରୁ ତୂଳୀ ଧରିବା ଶିଖିଛି। ବାପାଙ୍କଠାରୁ ଜଙ୍ଗଲ, ବାଘ, ପାଣି, ପବନ, ମାଟି ବିଷୟରେ ଗପ ଶୁଣି ଶୁଣି ସେ ପ୍ରଭାବିତ ହୋଇଛି।

ଗପର ଚରିତ୍ରମାନଙ୍କୁ ଚିତ୍ରରେ ଆଙ୍କିବା ପାଇଁ ମା’ ପ୍ରବର୍ତ୍ତାଇଥାନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଶାନ୍ତନୁ ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ଗ୍ରୀନ୍‌ୱାଲ୍‌ରେ ପ୍ରଦର୍ଶିତ କରିଥିଲା। ତା’ର ଚିତ୍ର ପ୍ରଦର୍ଶନୀ ଆଜି ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି। ଇକୋ-୨୦୨୧ ନାମକ ଏହି ପ୍ରଦର୍ଶନୀରେ ଥିବା ପ୍ରତ୍ୟେକ ଚିତ୍ରରେ ଥିଲା ମନଛୁଆଁ ସ୍ଲୋଗାନ୍‌ ଯଥା-ସେଭ୍ ୱାଟର, ସେଭ୍ ଲାଇଫ୍‌, ସେଭ୍ ଦି ଟାଇଗର, ଗୋ ଗ୍ରିନ୍‌, ସେଭ୍ ଦି ଆର୍ଥ, ହାର୍ଭେଷ୍ଟ ରେନ୍‌, ଆଭଏଡ୍ ପେନ୍‌, ହୋୟାର ଫୁଡ୍ ବିଗିନସ୍‌, ଗୋ ପେପରଲେସ୍‌, ଅକ୍ସିଜେନ୍ ଟ୍ରି, ସେଭ୍ ଏନର୍ଜି, ଅକ୍ସିଜେନ୍ ର୍ଫ ଅଲ୍ ପରି ଅନେକ ବାର୍ତ୍ତା ଓ ଚିତ୍ର।

ସମ୍ବନ୍ଧିତ ଖବର