ଭୁବନେଶ୍ବର: ପରିସ୍ଥିତିରେ ପଡ଼ି ପ୍ରଥମ ଥର ଜେଲ୍ ଆସୁଥିବା କଏଦୀଙ୍କୁ ଉତ୍ତମ ବ୍ୟବହାର କର। ସେମାନଙ୍କୁ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ସାମିଲ କର। ସେମାନଙ୍କ ପାଇଁ ଜେଲ୍ ଦଣ୍ଡବିଧାନ କେନ୍ଦ୍ର ନ ହେଉ ବରଂ ସଂସ୍କାରମୂଳକ କେନ୍ଦ୍ରରେ ପରିଣତ ହେଉ। ଆଜି ଝାରପଡ଼ା ଜେଲକୁ ପରିଦର୍ଶନରେ ଆସି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଅଧିକାରୀମାନଙ୍କୁ ଏହା କହିଛନ୍ତି। ଦକ୍ଷତା ବିକାଶ, ବୃତ୍ତିଗତ ଦକ୍ଷତା, କଏଦୀ ସଶକ୍ତୀକରଣ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ଆଦି କ୍ଷେତ୍ରରେ ମିଳିଥିବା ଆଇଏସ୍ଓ ସାର୍ଟିଫିକେଟକୁ କ୍ୟାପଟେନ୍ ମିଶ୍ର ଅଧୀକ୍ଷକ ଡି.ଏନ୍ ବାରିକଙ୍କୁ ପ୍ରଦାନ କରିଥିଲେ। ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ବୁଲି ଦେଖିବା ସହ ଉତ୍ପାଦିତ ସାମଗ୍ରୀର ଅଧିକରୁ ଅଧିକ ବ୍ରାଣ୍ଡିଂ ଓ ମାର୍କେଟିଂ କରିବା ପାଇଁ ଡିଜି ସନ୍ତୋଷ ଉପାଧ୍ୟୟଙ୍କୁ କହିଥିଲେ। ମହିଳା କଏଦୀଙ୍କ ସହ ମଧ୍ୟ ଆଲୋଚନା କରି ମାନସିକ ଚାପରୁ ମୁକ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ।
ଝାରପଡ଼ା ଜେଲ୍ ବୁଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ: ‘ପରିସ୍ଥିତିରେ ପଡ଼ି ଜେଲ୍ ଆସୁଥିବା କଏଦୀଙ୍କ ସଂସ୍କାର କ୍ଷେତ୍ରରେ କାମ କର’
/sambad/media/post_attachments/wp-content/uploads/2021/04/5s6fh456sf4h65fs465fs4hfshfshfshfshfshfshfshfshfshfshfshfshfshfshfshfshfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)