ଜଳ ସଞ୍ଚୟର ବାର୍ତା ନେଇ ଲୋକାର୍ପିତ ହେଲା ମ୍ୟୁଜିକ ଆଲ୍‌ବମ ‘ପାଣି’

ଭୁବନେଶ୍ବର: ବିଶ୍ବ ପାଇଁ ଜଳ ସଞ୍ଚୟର ବାର୍ତ୍ତା ନେଇ ପରିଚୟ ଗ୍ରୁପ୍‌ ପକ୍ଷରୁ ‘ପାଣି’ ନାମରେ ପ୍ରସ୍ତୁତ ହୋଇଥିବା ଏକ ଆଲବମ୍‌ ଲୋକାର୍ପିତ ହୋଇଛି। ଏହି ଆଲ୍‌ବମର ସଙ୍ଗୀତ ସଂଯୋଜନା ଓ ନିର୍ଦ୍ଦେଶନା ଅଜୟ କୁମାର ଦାସ କରିଥିବା ବେଳେ ଗୀତ ରଚନା କରିଛନ୍ତି ତାପସ। ସୌରଭ, ଗୌତମ, ଅନ୍ତରା, ସ୍ବପ୍ନା, ଅରୋଶିଷ ଓ ଭାଗ୍ୟଶ୍ରୀ ପ୍ରମୁଖ ଏଥିରେ କଣ୍ଠଦାନ କରିଥିବା ବେଳେ ଭିଜୁଆଲ୍‌ ନିର୍ଦ୍ଦେଶନା ଦେଇଛନ୍ତି ଆଦର୍ଶ। ୪ବର୍ଷ ହେଲା ‘ପରିଚୟ ଗ୍ରୁପ୍‌’ ସଙ୍ଗୀତ ଅନୁଷ୍ଠାନ ଯୁବପିଢ଼ିକୁ ହିନ୍ଦୁସ୍ତାନୀ ଓ ଓଡ଼ିଶୀ ସଙ୍ଗୀତ ପ୍ରଶିକ୍ଷଣ ଦେଇ ଶାସ୍ତ୍ରୀୟ ସଙ୍ଗୀତର ଲୋକପ୍ରିୟତା ପାଇଁ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର