ଭୁବନେଶ୍ବର: ସାମାଜିକ କାର୍ଯ୍ୟକ୍ରମ ପାଇଁ ଜାରି ହୋଇଥିବା କଟକଣାକୁ ବିଏମ୍‌ସି ହଟାଇ ଦେଇଛି। ଏଣିକି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବାହାଘର, ବ୍ରତଘର ଓ ଶୁଦ୍ଧକ୍ରିୟା ପ୍ରଭୃତି ସାମାଜିକ କାର୍ଯ୍ୟକ୍ରମରେ ୫୦ରୁ ଊର୍ଧ୍ବ ଲୋକ ଯୋଗ ଦେଇପାରିବେ। ନଭେମ୍ବର ୧ ତାରିଖଠାରୁ ଏହା ଲାଗୁ ହେବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। କିନ୍ତୁ ଗତ ଅଗଷ୍ଟ ୩୧ ତାରିଖ‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା ଏସ୍‌ଓପି ବଳବତ୍ତର ରହିବ। ଏହି ସବୁ ଉତ୍ସବରେ କୋଭିଡ୍‌ କଟକଣା ପାଳନ ବାଧ୍ୟତାମୂଳକ ହେବ ବୋଲି ସ୍ପଷ୍ଟ କରାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଗତ ୪ ତାରିଖରେ ବିଏମ୍‌ସି ପକ୍ଷରୁ ସାମାଜିକ ଉତ୍ସବରେ ଅତିଥି ସଂଖ୍ୟାକୁ ନେଇ କଟକଣା ଜାରି କରାଯାଇଥିଲା। ବିଭିନ୍ନ ଉତ୍ସବରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ବାଧ୍ୟତାମୂଳକ କରାଯାଇଥିଲା। ଏଭଳି ନ ହେଲେ ଆୟୋ‌ଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ‌ ବୋଲି କୁହାଯାଇଥିଲା। ଏହାକୁ ନେଇ ବିରୋଧ ହେବା ପରେ ବିଏମ୍‌ସି ଏହି ଏସ୍‌ଓପିରେ ସଂଶୋଧନ କରିଥିଲା। ମୋଟ ଅତିଥି ନୁହେଁ, ବରଂ ଏକ ସମୟରେ ୫୦ରୁ ଅଧିକ ଲୋକ ରହିପାରିବେ ନାହିଁ ସ୍ପଷ୍ଟ କରିଥିଲା।