ସରିଲା ଓଡ଼ିଶା ମେଗା ସିରିଏଲ୍ କ୍ରିକେଟ୍ ଲିଗ୍‌ ‘ଜୀବନ ସାଥୀ’ ଚାମ୍ପିଅନ୍‌

ଚନ୍ଦ୍ରଶେଖରପୁର: କିଟ୍‌ ପଡ଼ିଆରେ ଦୁଇ ଦିନ ଧରି ଚାଲିଥିବା ‘ଓଡ଼ିଆ ମେଗା ସିରିଏଲ୍ କ୍ରିକେଟ୍ ଲିଗ୍‌’ ଆଜି ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ ‘ମୋ ଦେହେ ବୋଳି ଦେ ତୋ’ ଦେହ କଳା’ ଦଳକୁ ହରାଇ ‘ଜୀବନ ସାଥୀ’ ଚାମ୍ପିଅନ୍‌ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ କିଟ୍ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। କଳାକାରମାନଙ୍କ ମଧ୍ୟରେ ଭାଇଚାରା ଓ ବନ୍ଧୁତ୍ବଭାବ ଦେଖି ଅତିଥିମାନେ ସେମାନଙ୍କ ପ୍ରଶଂସା କରିଥିଲେ। ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ଦୁଇଦିନିଆ ଏହି ସେଲିବ୍ରିଟି ଟୁର୍ଣ୍ଣାମେଣ୍ଟରେ ମନୋରଞ୍ଜନ ଚ୍ୟାନେଲ୍ ତରଙ୍ଗ, ସାର୍ଥକ ଓ ମଞ୍ଜରୀରେ ପ୍ରସାରଣ ହେଉଥିବା ମେଗା ଧାରାବାହିକଗୁଡ଼ିକର କଳାକାରମାନେ ଭାଗ ନେଇଥିଲେ। ତାରା ତାରିଣୀ, ସିନ୍ଦୂରର ଅଧିକାର, ନୂଆବୋହୂ, କୁଆଁରୀ ବୋହୂ, ମାୟା, ଜୀବନ ସାଥୀ, ଦିବ୍ୟଦୃଷ୍ଟି, ମହାଦେବୀ, ରହିଛି ରହିବି ତୋରି ପାଇଁ, ତୋ ପାଇଁ ମୁଁ ମୋ ପାଇଁ ତୁ, ସିଂହଦ୍ବାର, ନଣନ୍ଦ ପୁଟୁଳି ଓ ମୋ ଦେହେ ବୋଳିଦେ ତୋ ଦେହ କଳା ଆଦି ୧୪ଟି ଧାରାବାହିକର ଟିମ୍‌ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର