ଭୁବନେଶ୍ୱର: ରାଜ୍ୟ ସରକାର ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ନ ଦେବାରୁ ସରକାରଙ୍କ ସମ୍ପତ୍ତି ନିଲାମ ହୋଇଛି । ନିର୍ମାଣ ସୌଧରେ ଥିବା କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ନିଲାମ ଚାଲିଛି। ନିଲାମ ପାଇଁ ପୂର୍ବାହ୍ନରେ ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ କୋର୍ଟ କର୍ମଚାରୀ। ଏବେ ଭୁବନେଶ୍ୱର ସିନିୟର ଡିଭିଜନ ସବ ଜଜଙ୍କ ନିର୍ଦ୍ଦେଶକ୍ରମେ ଏହି ନିଲାମ ପ୍ରକ୍ରିୟା ଚାଲିଛି। ଅଫିରରେ ଥିବା ଏସି, କଂପ୍ୟୁଟର ଓ ପ୍ରିଣ୍ଟର ଆଦି ନିଲାମ ଲାଗି ନିଆଯାଇଛି।

Advertisment

ସୂଚନା ଅନୁଯାୟୀ, କନଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକ ସରକାରଙ୍କଠାରୁ ୧୮ଲକ୍ଷ ଟଙ୍କା ପାଇବାର ଅଛି। କିନ୍ତୁ ନିର୍ଦ୍ଧାରିତ ସମୟରେ ଟଙ୍କା ନପାଇବାରୁ ସେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ସେହି ମାମଲାର ଶୁଣାଣି କରି ସମ୍ପତ୍ତି ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟଯନ୍ତ୍ରୀ। ହେଲେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ପୈଠ କରିନଥିଲେ କୋଠାବାଡ଼ି ବିଭାଗର ମୁଖ୍ୟଯନ୍ତ୍ରୀ।