ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଢା ଚାଲିଯିବା ପରେ  ବୁଢୀ ଝୁରୁଥିବା ଭଳି ସ୍ପର୍ଶକାତର କରୁଣ ଦୃଶ୍ୟ କର୍ତୁପକ୍ଷ ଓ କର୍ମଚାରୀ ମାନଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଛି। ଏଭଳି ଦୁଶ୍ୟ ଦେଖିବାକୁ ମିଳୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୦(କ) ଖୁଆଡ ସିମ୍ପାଞ୍ଜି ଘରେ। ଗତ ଡିସେମ୍ବର ୩୦ ତାରିଖରେ ସିମ୍ପାଞ୍ଜି ପରିବାରର ମୁଖିଆ ୩୬ ବର୍ଷିୟ ବୁଢା  “ଜୁଲୁ” ବାର୍ଦ୍ଧକ୍ୟ ଜନିତ କାରଣରୁ ସବୁଦିନ ପାଇଁ ବିଦାୟ ନେଇଛି। ଜୁଲୁ ଚାଲିଯିବା ପରେ ତାର ଜୀବନ ସାଥୀ ବୁଢ଼ୀ ସିମ୍ପାଞ୍ଜି "ପମ୍ପେଟା " ତାକୁ ଝୁରି ହେଉଛି। ଆଗଭଳି ଖୁଆଡ ଆଗ ପାଖ ହତାକୁ ଆସିବାକୁ ଇଚ୍ଛା କରୁନାହିଁ| ଆଖି ଛଳ ଛଳ କରି ଏଣେ ତେଣେ ଚାହୁଁଛି, ମୁଣ୍ଡରେ ହାତ ଦେଇ ବସୁଛି। ବନ୍ୟ ପ୍ରାଣୀ ହେଲେ ବି , କଥା କହି ନପାରିଲେ ବି, ଭାବ ଭଙ୍ଗରୁ ସ୍ପଷ୍ଟ ଭାବେ ତା ଅନ୍ତରର ଭାବ, ଆଦେଗ ବାରି ହୋଇପଡୁଛି  ସେ କେତେ ଦୁଖୀ। ଦେଖିଲେ ଲାଗୁଛି   " ଜୁଲୁ" ସହିତ ନନ୍ଦନକାନନରେ ବିତାଇ ଥିବା ଦୀର୍ଘ ୩୨ ବର୍ଷର ଅତିତକୁ ଭୁଲି ନପାରି ମନେ ପକାଉଛି।

Advertisment

ଜୁଲୁ ସହ ମିଳନରୁ ୯ ଥର ଗର୍ଭଧାରଣ କରି ଶାବକ ଜନ୍ମ ଦେଇଛି। ନନ୍ଦନକାନନରେ ସମସ୍ତ ଜନ୍ମିତ ୧୨ ଶାବକ (ଏକ ଗର୍ଭପାତକୁ ଛାଡ଼ି) ଜୁଲୁ ଓ ପମ୍ପଟାଙ୍କ ରକ୍ତଜ। ଏମାନଙ୍କ ମଧ୍ୟରୁ କାର୍ତ୍ତିକ ଓ ସୁଭଦ୍ରା ଜିରାଫ ବଦଳରେ ପାଟନା ଯାଇଥିବା ବେଳେ ବର୍ଷା, ଜିନ ଓ କୁଇନ୍  ର ମୃତ୍ୟୁ ହୋଇ ଥିଲା। ଏବେ ଜୁଲୁର ମୃତ୍ୟୁ ପରେ ୩୫ ବର୍ଷିୟ ପମ୍ପେଟା ପରିବାରର ମୁଖିଆ। ତା ଉପରେ ପରିବାରର ବୋଝ। ୫ଟି ମାଈ(ପୂର୍ଣ୍ଣିମା, ରାକ୍ଷୀ,ଦୁର୍ଗା,ଲକ୍ଷ୍ମୀ) ଲିଙ୍ଗ ଚିହ୍ନଟ ହୋଇନଥିବା ଶାବକଙ୍କ ଏକମାତ୍ର ୪ ବର୍ଷର ଅଣ୍ଡିରା " ରାଜା” ନିଯନ୍ତ୍ରଣ କରି ପରିବାରକୁ ସମ୍ଭାଳିବ ଓ ଆଗକୁ ବଢାଇବାର ଦାୟିତ୍ୱ ପମ୍ପେଟା ଉପରେ। ସୂଚନାଯୋଗ୍ୟ ନନ୍ଦନକାନନରେ ଏବେ ୭ଟି( ୫ ମାଈ, ୧ ଅଣ୍ଡରା ଓ ୧ ଲିଙ୍ଗ ଚିହ୍ନଟ ହୋଇନଥିବା ଶାବକ) ସିମ୍ପାଞ୍ଜି ରହିଛନ୍ତି। ଗତ ୧୯୯୪ ମସିହା ଜୁନ୍ ୧୬ ତାରିଖରେ ୪ ବର୍ଷର ହେଇଥିବା ଅବସ୍ଥାରେ ଜୁଲୁ ଓ ୩ ବର୍ଷର ହୋଇଥିବା ଅବସ୍ଥାରେ ପମ୍ପେଟାକୁ ସିଙ୍ଗାପୁର ଚିଡିଆଖାନରୁ ନନ୍ଦନକାନନକୁ ଅଣାଯାଇଥିଲା।