ଦୃଷ୍ଟିବାଧିତଙ୍କ ପାଇଁ ‘ଓଡ଼ିଆ ଲକ୍ଷ୍ମୀପୁରାଣ’ ଉନ୍ମୋଚିତ

ଭୁବନେଶ୍ବର: ରେଡିଓ ଚକଲେଟ୍‌ର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଦୁସ୍ଥ ‌ଏଇ ଝିଅକୁ ନେଇ’ରେ ଉନ୍ମୋଚିତ ହୋଇଛି ଦୃଷ୍ଟିବାଧିତଙ୍କ ପାଇଁ ‘ଓଡ଼ିଆ ଲକ୍ଷ୍ମୀପୁରାଣ। ଲକ୍ଷ୍ମୀପୁରାଣକୁ ଗାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ କଳା ବିଭୂଷଣ ଗବେଷଣାର ଦୃଷ୍ଟିବାଧିତ ଛାତ୍ରୀ ସ୍ନେହପ୍ରଭା ଲେଙ୍କା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ଦୃଷ୍ଟିବାଧିତ ଛାତ୍ରୀ କାନ୍ତିଲତା ସାହୁ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ରାଜ୍ୟ ମୁଖ୍ୟାଳୟର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ନ୍ୟାସୀ କୁମାର ବେହେରା ରେଡିଓ ଚକଲେଟ୍‌ ଷ୍ଟୁଡିଓରେ ଉପସ୍ଥିତ ରହି ଓଡ଼ିଆ ଲକ୍ଷ୍ମୀପୁରାଣ ସମ୍ପର୍କରେ ଆଲୋଚନା କରିଥିଲେ। ରେଡିଓ ଚକଲେଟ୍‌ର ଆର୍‌ଜେ ଅଭି ଓ ଆର୍‌ଜେ ନିଭି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଆଇଟି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ପୂର୍ବରୁ ଏହାର ଅଡିଓ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର