କ୍ୟାପିଟାଲ ହସ୍ପିଟାଲରେ ଦୁଇ ବେଳା ଖୋଲିଲା ବହିର୍ବିଭାଗ

ଭୁବନେଶ୍ୱର: ଆଜିଠାରୁ କ୍ୟାପିଟାଲ୍‌ ହସ୍ପିଟାଲରେ ବର୍ହିବିଭାଗ (ଓପିଡି) ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ସକାଳ ୮ଟାରୁ ଦିନ ୧ଟା ଓ ଓପରବେଳା ଅପରାହ୍‌ଣ ୩ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଓପିଡି ଖୋଲିବା ସହ ଡାକ୍ତରମାନେ ରୋଗୀ ଚିକିତ୍ସା କରିଛନ୍ତି। ସଂକ୍ରମଣର କୋପ ଜାରି ରହିଥିବାରୁ ବିଭାଗଗୁଡ଼ିକରେ କଟକଣା ସହ ରୋଗୀ ଚିକିତ୍ସା କରାଯାଇଥିଲା। ଡାକବାଜି ଯନ୍ତ୍ର ସାହାଯ୍ୟରେ ମାସ୍କ୍ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ରୋଗୀ ଓ ଅଭିଭାବକଙ୍କୁ ସଚେତନ କରାଯାଇଥିଲା। ଏହାସହ ହସ୍ପିଟାଲରେ ଆଡ୍‌ମିସନ୍‌ ହେଉଥିବା ରୋଗୀଙ୍କୁ କୋଭିଡ୍‌ ପରୀକ୍ଷା କରି ଭର୍ତ୍ତି କରାଯାଉଛି। ଅପରପକ୍ଷେ ନିୟମିତ ଅନ୍ତରାଳରେ ହସ୍ପିଟାଲ୍ ପରିସରରେ ବିଶୋଧକ ସିଞ୍ଚନ କରାଯାଉଛି। ସୂଚନାଯୋଗ୍ୟ, କରୋନାର ତୃତୀୟ ଲହର ଓ ହସ୍ପିଟାଲର ବହୁ କର୍ମଚାରୀ କୋଭିଡ୍‌ ଆକ୍ରାନ୍ତ ହେବାରୁ ଦୁଇବେଳା ବଦଳରେ ଖାଲି ସକାଳ ଓଳି ଓପିଡି ଖୋଲା ଯାଉଥିଲା।

ସମ୍ବନ୍ଧିତ ଖବର