ବାଲିଅନ୍ତା/ ବାଲିଅନ୍ତା ବଜାର: କୁଆଖାଇ, କୁଶଭଦ୍ରା ନଦୀରେ ଦୁଇ ଦୁଇଟି ବ୍ୟାରେଜ୍ ନିର୍ମାଣ କାମ ଚାଲିଥିବା ବେଳେ ଧନୁଆ ନଦୀ ବଇଁଚୁଆ କାଜରେ ଏକ ବ୍ରିଜ୍ ନିର୍ମାଣ ପାଇଁ ମଞ୍ଜୁରି ମିଳିଥିବାରୁ ସମଗ୍ର ବାଲିଅନ୍ତା ବ୍ଲକ୍ରେ ଖୁସିର ଲହରି ଖେଳିଯାଇଛି। ତେଣୁ ଆଜି ବହୁ ଜନପ୍ରତିନିଧି, ସମାଜସେବୀ, ବୁଦ୍ଧିଜୀବୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ। ଧନୁଆ ନଦୀ ବଇଁଚୁଆ କାଜ ଉପରେ ଏକ ବ୍ରିଜ୍ ନିର୍ମାଣ କରାଯିବାକୁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା। ଏହି ବ୍ରିଜ୍ ନିର୍ମାଣ ପାଇଁ ଗତ ସପ୍ତାହରେ ରାଜ୍ୟ ସରକାର ମଞ୍ଜୁରି ଦେଇଥିବା ବେଳେ ଖୁବ ଶୀଘ୍ର କାମ ଆରମ୍ଭ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ମିଳିଛି।
ସତ୍ୟଭାମାପୁର ସରପଞ୍ଚ ରଶ୍ମିତା ଭୋଇ, ସରକଣାର ପୂର୍ବତନ ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ, ବଇଁଚୁଆ ସରପଞ୍ଚ ରଶ୍ମିତା ସାହୁ, ପୂର୍ବତନ ସମିତି ସଭ୍ୟ ନବୀନ ଚନ୍ଦ୍ର ସାହୁ, ସମବାୟ ସମିତି ସଭାପତି ବେଣୁଧର ପରିଡ଼ା, ବାଲିଅନ୍ତା ସରପଞ୍ଚ କୃଷ୍ଣ କେଶବ ଆପଟ୍ଟ, ଆତ୍ମାର ପୂର୍ବତନ ଅଧ୍ୟକ୍ଷ ବିରଞ୍ଚି ନାରାୟଣ କର, ସୁବଳ ଜେନା, ଶରତ ଦାଶ, ନୃସିଂହ ଚରଣ ଜେନା, ପୂର୍ବତନ ସରପଞ୍ଚ ଟୁନିଆ ସାହୁ, ଶିକ୍ଷାବିତ୍ କୈଳାସ ବେଦାନ୍ତ, ବିଜୟ କୁମାର ନାଥ, ହୃଦାନନ୍ଦ ସ୍ୱାଇଁ ପ୍ରମୁଖଙ୍କୁ ନେଇ ଗଠିତ ପ୍ରତିନିଧି ମଣ୍ଡଳୀ ନବୀନ ନିବାସରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିନିଧିମାନଙ୍କୁ ସ୍ବାଗତ କରିଥିବା ବେଳେ ସେମାନେ ବାଲିଅନ୍ତାର ବିକାଶ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ବିକାଶମୂଳକ କାମରେ ସ୍ଥାନୀୟ ଲୋକଙ୍କ ପ୍ରତ୍ୟକ୍ଷ ସହଯୋଗ ଉପରେ ଗୁରୁତ୍ବ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/51-14.jpg)