ଭୁବନେଶ୍ବର: ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ଇତିହାସରେ ନୂଆ ରେକର୍ଡ ଯୋଡ଼ି ହୋଇଛି। ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ସର୍ବାଧିକ ଦର୍ଶକ ଏହି ପ୍ଲାନେଟାରିୟମ୍‌ ବୁଲିଥିବା ବେଳେ ରେକର୍ଡ ପରିମାଣର ଆୟ ହୋଇଛି। ମିଳିଥିବା ସୂଚନାନୁଯାୟୀ, ଏବର୍ଷ ୧ ଲକ୍ଷ ୭୫ହଜାର ୮୩୬ ଦର୍ଶକ ପ୍ଲାନେଟୋରିୟମ୍‌କୁ ଆସିଥିବାବେଳେ ଟିକେଟ୍‌ ବାବଦରେ ସେମାନଙ୍କଠାରୁ ମୋଟ ୪୩ ଲକ୍ଷ ୪୬ହଜାର ୨୦୫ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି।

Advertisment

ପ୍ରତିଷ୍ଠା ହେବା ପରଠାରୁ ଗତ ୩୩ ବର୍ଷ ମଧ୍ୟରେ କୌଣସି ବର୍ଷ ଏତେ ସଂଖ୍ୟକ ଦର୍ଶକ ପ୍ଲାନେଟାରିୟମ୍‌ ବୁଲି ନଥିଲେ କିମ୍ବା ଏତେ ପରିମାଣର ରାଜସ୍ବ ଆୟ ହୋଇ ନଥିଲା।ସୂଚନାଯୋଗ୍ୟ, ଗତ ୨୦୧୭-୧୮ ମସିହାରେ ସର୍ବାଧିକ ୧.୫୪ ଲକ୍ଷ ଦର୍ଶକ ଆସିଥିଲେ ଓ ସର୍ବାଧିକ ରାଜସ୍ୱ ଆଦାୟ ୩୬.୫୧ ଲକ୍ଷ ଟଙ୍କା ହୋଇଥିଲା। ଚଳିତ ଆର୍ଥିକ ବର୍ଷର ରାଜସ୍ୱ ଆଦାୟ ଓ ଦର୍ଶକ ବିଗତ ଏଗାର ବର୍ଷର ହାରାହାରି ଆୟଠାରୁ ୩୨% ଅଧିକ ହୋଇପାରିଛି। ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଟିକେଟ୍‌ ମୂଲ୍ୟ ଭାରତରେ ଅନ୍ୟ ପ୍ଲାନେଟାରିୟମ ତୁଳନାରେ ଅପେକ୍ଷାକୃତ କମ୍‌। ଚଳିତ ଆର୍ଥିକ ବର୍ଷର ଶେଷ ଦିନର ଶେଷ ‘ସୋ’ରେ ଓଡ଼ିଶା ବିଜ୍ଞାନ ଏକାଡେମିକୁ ରାଜ୍ୟର ୨୯ଟି ଜିଲ୍ଲାରୁ ଆସିଥିବା ୬୦ଜଣ ଛାତ୍ରଛାତ୍ରୀ ଓ ୬୦ଜଣ ଶିକ୍ଷକ ପ୍ଲାନେଟାରିୟମର ସୋ’ ଦେଖିଥିଲେ।