ମଞ୍ଚସ୍ଥ ହେଲା ନାଟକ ‘ଏକ ଦୁଇ ତିନି’

ଭୁବନେଶ୍ବର: ଧନ ସମ୍ପତ୍ତିର ଲୋଭ କାଳେ କାଳେ ମଣିଷକୁ ଗ୍ରାସ କରି ଆସିଛି। ସଭ୍ୟତା ପରେ ସଭ୍ୟତା ବଦଳିଛି, ମଣିଷ ଆସି ଆଧୁନିକ ଯୁଗରେ ପହଂଚିଲାଣି; ହେଲେ ବଦଳିନି ମଣିଷର ଅର୍ଥଲିପ୍ସା। ଏଇ ଅର୍ଥଲିପ୍ସା ହିଁ ପାର୍ଥକ୍ୟ ସୃଷ୍ଟି କରିଆସିଛି ସମ୍ପର୍କ-ସମ୍ପର୍କ ମଧ୍ୟରେ। ତେବେ ଏ ସମାଜରେ ଏକ ଦୁଇ ତିନି ପରି ଏପରି ବି ଲୋକ ଅଛନ୍ତି, ଯେଉଁମାନେ ବଦଳନ୍ତିନି।

ଅର୍ଥ ଲୋଭ ସେମାନଙ୍କୁ ଗ୍ରାସ କରେନି। ଏପରି କିଛି ଘଟଣାକୁ ନେଇ ବ୍ୟୋମକେଶ ତ୍ରିପାଠୀଙ୍କ ରଚିତ ନାଟକ ‘ଏକ ଦୁଇ ତିନି’ ଭଂଜ କଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଅସୀମ ବସୁ ଫାଉଣ୍ଡେସନ୍‌ ପକ୍ଷରୁ ପରିବେଷିତ ଏହି ନାଟକକୁ ଦେବଦତ୍ତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରତାପ ରାଉତ ସଂଗୀତ ଦେଇଥିଲେ। ଉତ୍ତର ପୁରୁଷର କଳାକାରଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ମଞ୍ଚ ନିକଟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ସମ୍ବନ୍ଧିତ ଖବର