ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୋଟୋକଲ୍ରୁ ଉର୍ଦ୍ଧ୍ୱରେ ରହି ତଥା ସବୁ ପ୍ରତିବନ୍ଧକକୁ ଦୂର କରି ଲୋକଙ୍କୁ ଭେଟନ୍ତି। ପ୍ରଜାତନ୍ତ୍ରରେ ସେ ହେଉଛନ୍ତି ଲୋକଙ୍କ ନେତା। ଆଜି ନୂଆଦିଲ୍ଲୀରେ ଆଦର୍ଶ ତ୍ରିପାଠୀଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘ଦ ପବ୍ଲିକ୍ ପ୍ରେସିଡେଣ୍ଟ୍’ ଉନ୍ମୋଚନ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ରାଷ୍ଟ୍ରପତିଙ୍କ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ସମୟରେ ଜନଜାତି ସମାଜର ଲୋକଙ୍କୁ ଜାତି ସାର୍ଟିଫିକେଟ୍ ଆଣି ଭୁବନେଶ୍ୱରରେ ପଢ଼ିବା କଷ୍ଟସାଧ୍ୟ ଥିଲା। ସେଭଳି ସମୟରେ ଶ୍ରୀମତୀ ମୁର୍ମୁ ଜାତି ସାର୍ଟିଫିକେଟ୍ ଆଣି ନିଜ ଗାଁର ଗୁରୁଜନମାନଙ୍କୁ ବୁଝାଇ ଭୁବନେଶ୍ବରରେ ପଢ଼ିପାରିଥିଲେ। ପରେ ୨୦୦୦ ମସିହାରେ ସେ ଓଡ଼ିଶା ବିଧାନସଭାର ସଦସ୍ୟ ହୋଇଥିଲେ। ଲେଖକଙ୍କୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଣେ ଯୁବ ଲେଖକ କମ୍ ବୟସରୁ ଏଭଳି ପୁସ୍ତକ ଲେଖିବା ପ୍ରଶଂସନୀୟ। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ସାଇ ଇଣ୍ଟରନ୍ୟାସନାଲ ଏଜୁକେସନ ଗ୍ରୁପର ଅଧ୍ୟକ୍ଷା ଶିଳ୍ପୀ ସାହୁ, ପୁସ୍ତକର ଲେଖକ ଆଦର୍ଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଷ୍ଟ୍ରପତିଙ୍କ ଜୀବନ ଥିଲା ସଂଘର୍ଷମୟ: ଧର୍ମେନ୍ଦ୍ର ପ୍ରଧାନ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୋଟୋକଲ୍ରୁ ଉର୍ଦ୍ଧ୍ୱରେ ରହି ତଥା ସବୁ ପ୍ରତିବନ୍ଧକକୁ ଦୂର କରି ଲୋକଙ୍କୁ ଭେଟନ୍ତି। ପ୍ରଜାତନ୍ତ୍ରରେ ସେ ହେଉଛନ୍ତି ଲୋକଙ୍କ ନେତା। ଆଜି ନୂଆଦିଲ୍ଲୀରେ ଆଦର୍ଶ ତ୍ରିପାଠୀଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘ଦ ପବ୍ଲିକ୍ ପ୍ରେସିଡେଣ୍ଟ୍’...
/sambad/media/media_files/2025/07/25/dp-press-2025-07-25-06-55-59.jpg)