୨୨ ଲୁଟ୍ ଓ ଡକାୟତିରେ ସଂପୃକ୍ତ ରାଜେଶ-ରବିନ୍ ଯୋଡ଼ି

ଲୁଟ୍ ସୁନା ଉଦ୍ଧାର ପାଇଁ ଏକାଧିକ ସ୍ଥାନରେ ଚଢ଼ଉ
ମା’ ବିରୋଧରେ କୋହଳ ଦଫା ଲଗାଇବାକୁ ନିବେଦନ କରୁଛି ରାଜେଶ

ଭୁବନେଶ୍ବର : ଗତ ୩ରୁ ୪ମାସ ମଧ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ମହାପାତ୍ର ଓ ରବିନ ଶତପଥୀ ଯୋଡ଼ି ୨୨ରୁ ଅଧିକ ଲୁଟ୍ ଓ ଡକାୟତି କରିଥିବା ଜେରା ବେଳେ ଜଣାପଡ଼ିଛି। ଲୁଟ୍ ପରେ ସୁନା ସବୁ ବିଭିନ୍ନ ଜୁଏଲାରିରେ ଦିଆଯାଇ ଟଙ୍କା ଅଣାଯାଇଥିବା ଜଣାପଡ଼ିଛି। ସୂତ୍ର ମୁତାବକ ପୁରୀର ଏକ ଜୁଏଲାରି ଦୋକାନରେ ରାଜେଶ ସୁନା ବିକ୍ରି କରିଥିବା ଜଣାପଡ଼ିଛି। ତେଣୁ ଖଣ୍ଡଗିରି ଥାନା ପୁଲିସ ଓ ସ୍ପେସାଲ୍ ସ୍କ୍ବାଡ୍ ଟିମ୍ ପୁରୀରେ ଉକ୍ତ ଜୁଏଲାରିରେ ଚଢ଼ଉ କରିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜେଶ ଜେରା ବେଳେ ପୁଲିସକୁ ସହଯୋଗ କରିଛି ସତ କିନ୍ତୁ ତା’ ମା’ ବିରୋଧରେ କୋହଳ ଦଫା ଲଗାଇବାକୁ ନିବେଦନ କରିଛି। ତା’ ମା’କୁ ଛାଡ଼ିଦେଲେ ତା’ର ଆଉ କେହି ନାହିଁ। ତେଣୁ ସେ କେବେ ଓ କେଉଁଠୁ ଲୁଟ୍ କରିଥିଲା ଏବଂ ସେ ସବୁ କେଉଁଠି ବିକିଛି ତା’ର ପୂରା ଠିକଣା ଦେବ ବୋଲି ପୁଲିସକୁ କହିଥିବା ସୂତ୍ରରୁ ଜଣାପଡ଼ିଛି। ଏହି ଆଧାରରେ ସେ ପୁଲିସକୁ ସହଯୋଗ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର