ଭୁବନେଶ୍ବର: ନୂଆପଲ୍ଲୀ ଓ ଖଣ୍ଡଗିରି ଫ୍ଲାଏ ଓଭରବ୍ରିଜ୍ରେ ଦୁଇ ଦୁଇଟି ଲୁଟ୍ ଘଟାଇ ଆତଙ୍କ ଖେଳାଇଛନ୍ତି ଲୁଟେରା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିନା କିନ୍ତୁ ଲୁଟେରାଙ୍କ ଟେର୍ ପାଇପାରିନାହିଁ। ମିଳିଥିବା ସୂଚନା ଅନୁସାରେ, ଗତକାଲି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଶୁଭଶ୍ରୀ ମହାରଣା ଡୁମୁଡୁମାରୁ ଖଣ୍ଡଗିରି ଓଭରବ୍ରିଜ୍ ଉପର ଦେଇ ସ୍କୁଟିରେ ଆସୁଥିବା ବେଳେ ଦୁଇ ଜଣ ଲୁଟେରା ଏକ ବାଇକ୍ରେ ଆସି ତାଙ୍କ ସୁନାଚେନ୍ ଛିଡ଼ାଇ ନେଇଥିଲେ। ସେହିପରି ଗତକାଲି ସନ୍ଧ୍ୟାରେ ଶାନ୍ତିଲତା ପଣ୍ଡା ଏକ ଅଟୋରେ ଯାଉଥିବା ବେଳେ ନୂଆପଲ୍ଲୀ ଓଭରବ୍ରିଜ୍ ଉପରେ ତିନି ଜଣ ଲୁଟେରା ଏକ କଳା ରଙ୍ଗର ପଲ୍ସରରେ ଆସି ତାଙ୍କ ଭ୍ୟାନିଟି ଛଡ଼ାଇ ନେଇଥିଲେ। ସେଥିରେ ୧୦ ହଜାର ଟଙ୍କା, ମଙ୍ଗଳସୂତ୍ର ଓ କିଛି ଜରୁରୀ କାଗଜପତ୍ର ଥିଲା।
ଫ୍ଲାଏ ଓଭରବ୍ରିଜ୍ରେ ମାତିଲେ ଲୁଟେରା, ଗୋଟିଏ ଦିନରେ ଦୁଇ ଲୁଟ୍
/sambad/media/post_attachments/wp-content/uploads/2021/09/loot-e1601884111978-640x430-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)