ଭୁବନେଶ୍ବର: ବିଶ୍ଵ ପରିବେଶ ଦିବସ ଅବସରରେ ହମର ବଚପନ୍ ଟ୍ରଷ୍ଟ୍ ତରଫରୁ ପାରିବେଶିକ ପରିବର୍ତ୍ତନ ଉପରେ ମହିଳା ଓ କିଶୋରୀଙ୍କୁ ସଶକ୍ତ କରିବା ପ୍ରସଙ୍ଗକୁ ନେଇ ଏକ ପ୍ରକଳ୍ପ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନିର୍ଦ୍ଦେଶକ ଏବଂ ବିଶେଷ ସଚିବ ସୁଶାନ୍ତ କୁମାର ନନ୍ଦ (ଆଇ ଏଫ ଏସ) ଏବଂ ଜେନେରାଲ ମ୍ୟାନେଜର ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଦୀପ୍ତି ରାଣୀ ସାହୁ, ଭୁବନେଶ୍ୱର ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷା ଜିତମିତ୍ର ଶତପଥୀ ସମ୍ମାନୀତ ଅତିଥି ଥିଲେ।
ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସମସ୍ୟା ବିଶ୍ଵ ସ୍ତରରେ ଏକ ପ୍ରମୁଖ ସମସ୍ୟା ରୂପେ ଦେଖା ଦେଇଛି। ଏହା ସମାଜର ସବୁବର୍ଗର ଲୋକଙ୍କୁ ପ୍ରଭାବିତ କରୁଛି। ବିଶେଷ କରି ଗରିବ ,ଦୁର୍ବଳ ଶ୍ରେଣୀର ଲୋକେ, ମହିଳା ଓ କିଶୋରୀମାନେ ଏଥିରେ ମାତ୍ରାଧିକ ପ୍ରଭାବିତ ହେଉଛନ୍ତି। ଅପର ପକ୍ଷରେ ସେମାନଙ୍କ ଅନ୍ତର୍ନିହିତ କ୍ଷମତା ଓ ବିପର୍ଯ୍ୟୟର ମୁକାବିଲା ସହ ଖାପ ଖୁଆଇ ଚାଲିବାର ଶୈଳୀ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ସେମାନଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ଦେବାରେ ସକ୍ଷମ ହୋଇଛି। ଏ ଦିଗରେ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବାରୁ ଏହାକୁ ସମ୍ମାନ ଦେଇ ହମାର ବଚପନ ଏହି ସମସ୍ୟାର ସମାଧାନ ଦିଗରେ ଏହି ପଦକ୍ଷେପ ନେଇଛି। ଉକ୍ତ ପ୍ରକଳ୍ପ ଜରିଆରେ ମହିଳା ଓ କିଶୋରୀଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ତେଣୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
/sambad/media/post_attachments/wp-content/uploads/2022/06/୫୪୫.jpg)
ଏହି କାର୍ଯ୍ୟକ୍ରମରେ ରାଜ୍ୟର ଖୋର୍ଦ୍ଧା, ପୁରୀ,ଓ ସୁନ୍ଦରଗଡ଼ର ପ୍ରାୟ ୨୦ ହଜାର ମହିଳା ଓ କିଶୋରୀଙ୍କୁ ୨ ବର୍ଷ ମଧ୍ୟରେ ପରିବେଶ ପରିବର୍ତ୍ତନର ବାହକ ଭାବେ ଏହି ପ୍ରକଳ୍ପରେ ସାମିଲ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି ହାମର ବଚପାନ। ଯେଉଁମାନେ ଜଳ, ବାୟୁ , ମୃତ୍ତିକା ପ୍ରଦୂଷଣ ରୋକିବା ଦିଗରେ ବିଭିନ୍ନ ଗଠନ ମୂଳକ ପଦକ୍ଷେପ ଗ୍ରହଣ କରିବେ। ଏହା ସହ ଜୀବନ ଚର୍ଯ୍ୟାରେ ବ୍ୟବହାରିକ ପରିବର୍ତ୍ତନ ଆଣି ଜଳବାୟୁ ପରିବର୍ତ୍ତନରକୁ ପ୍ରଭାବକୁ ରୋକିବାରେ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନେବେ।
ଏହି କାର୍ଯ୍ୟକ୍ରମ ଦ୍ବାରା ଜଳବାୟୁ ପରିବର୍ତ୍ତନର ସ୍ଥାୟୀ ସମାଧାନ ଦିଗରେ ମହିଳା ଓକ କିଶୋରୀଙ୍କୁ ସ୍ବତନ୍ତ୍ର ସ୍ଥାନ ଦେବାରେ ଉକ୍ତ ପ୍ରକଳ୍ପ ସକ୍ଷମ ହେବ ବୋଲି ହମର ବାଚପାନର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଆଶା ପୋଷଣ କରି ଥିଲେ । ସମ୍ମାନୀତ ଅତିଥି ଦୀପ୍ତିରଣି ସାହୁ ସଂସ୍ଥାର ଏହି ମହିଳା କେନ୍ଦ୍ରିତ ପଦକ୍ଷେପ ଜଳବାୟୁ ପରିବର୍ତ୍ତନ ସମସ୍ୟାର ଏକ ସ୍ଥାୟୀ ସମାଧାନ ବୋଲି କହିଥିଲା ।ମୁଖ୍ୟ ଅତିଥି ସୁଶାନ୍ତ କୁମାର ନନ୍ଦ ବିଶ୍ଵସ୍ତରରେ ପରିବେଶ ସଂରକ୍ଷଣ ଦିଗରେ ବୈପ୍ଲବିକ ଭୂମିକା ଗ୍ରହଣ କରିଥିବା ବିଭିନ୍ନ ମହିଳାଙ୍କର ଉଦାହରଣ ଦେଇ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ।
/sambad/media/post_attachments/wp-content/uploads/2022/06/୫୬୫.jpg)
କାର୍ଯ୍ୟକ୍ରମରେ ଉକ୍ତ ୩ ଜଲ୍ଲାରୁ ୨୦୦ରୁ ଅଧିକ ମହିଳା ଓ କିଶୋରୀ ଯୋଗଦେଇଥିଲେ। ପରିବେଶ ବିଜ୍ଞାନୀ ଡକ୍ଟର କୃଷ୍ଣ ଚନ୍ଦ୍ର ପାଲ (ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ), ପ୍ରଭାତ ମୋହନ ଦାଶ, ପ୍ରୋଗ୍ରାମ ଅଫିସର, ସେଣ୍ଟର ଫର ଏନାଭାଇରନମେଣ୍ଟାଲ୍ ଷ୍ଟଡିଜ୍ (ସିଏସ୍ଏସ୍), ପ୍ରଫେସର ତମୋଗନ୍ନ ଆଚାର୍ଯ୍ୟ, ସ୍କୁଲ୍ ଅଫ୍ ସଷ୍ଟେନେବିଲିଟି, ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ନମ୍ରିତା ଚହଲ, ଅଧ୍ୟକ୍ଷା, ଫିକି ଲେଡିଜ୍ ଅର୍ଗାନାଇଜେସନ୍, ଭୁବନେଶ୍ୱର, ଦବ୍ଲୁ ଆର ଆଇ ର କର୍ମକର୍ତ୍ତା ଖୁସବୁରାନି ଏବଂ ଯୁବ ବିଶେଷଜ୍ଞ ଶିଶିର ଗ୍ରହାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/୫୫୫.jpg)