ଭୁବନେଶ୍ୱର: ସୋମବାର ସନ୍ଧ୍ୟାରେ ମଞ୍ଚେଶ୍ବର ଥାନା ସତ୍ୟବିହାର ଅଞ୍ଚଳରେ ଜଣେ କାର୍ ଚାଳକ ଏକାଥରକେ ଚାରି କୁକୁର ଛୁଆଙ୍କ ଉପରେ ଚଢ଼ାଇ ଦେଇଛି। ଘଟଣାସ୍ଥଳରେ ହିଁ ସବୁ ଛୁଆଗୁଡ଼ିକ ମରି ଯାଇଛନ୍ତି। କାର୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି। ଏନେଇ ମଞ୍ଚେଶ୍ବର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ଓ କାର୍ଚାଳକକୁ ଠାବ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।/sambad/media/post_attachments/wp-content/uploads/2021/07/sfhfs4654fs56fshfshhfsfhsfshfshsfh.jpg)
ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ‘ସେବା ହିଁ ସଂକଳ୍ପ’ ସଂଗଠନ ପକ୍ଷରୁ ବୁଲା ଗୋରୁ ଓ କୁକୁରଙ୍କୁ ଖାଦ୍ୟ ଦିଆଯାଉଥିଲା। ଏତିକିବେଳେ କୁକୁର ଛୁଆଗୁଡ଼ିକ ରାସ୍ତାକଡ଼ରେ ଶୋଇଥିଲେ। ପାଖରେ ମା’ କୁକୁରଟି ମଧ୍ୟ ଥିଲା। ଏହି ସମୟରେ ଗୋଟିଏ ଦ୍ରୁତଗାମୀ କାର୍ କୁକୁର ଛୁଆମାନଙ୍କ ଉପରେ ଚଢ଼ାଇ ପଳାଇ ଯାଇଥିଲା। ସଂଗଠନର ସଦସ୍ୟମାନେ କାର୍କୁ ପିଛା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସେମାନେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରି କାର୍ ଚାଳକକୁ ଧରିବା ପାଇଁ ଉଦ୍ୟମ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/chennai-women-meena-saves-food-for-13-dogs.jpg)