କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଲିଆସାହି ବସ୍ତିବାସିନ୍ଦା

ଭୁବନେଶ୍ବର: ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସାଲିଆସାହି ବସ୍ତିର କିଛି ବସ୍ତିବାସିନ୍ଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଭେଟି ସ୍ଥାୟୀ ଜମି ପଟ୍ଟା ଓ ପକ୍କା ଘର ପ୍ରଦାନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ତେବେ ବସ୍ତିବାସିନ୍ଦାଙ୍କ ଏହି ସମସ୍ୟା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଡାଭଡେକର ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସହରର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଓ ଘର ଯୋଗାଇବା ସମସ୍ୟାର ସ୍ଥାୟୀ ସମାଧାନ ତଥା ଏ ନେଇ କିପରି ଭାବରେ ଏକ ବିଶେଷ ପ୍ରକଳ୍ପର ଯୋଜନା ହୋଇପାରିବ, ସେନେଇ ଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର