ଭୁବନେଶ୍ବର: ସିଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ସମାରୋହ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଉନ୍ନତ ଶିକ୍ଷା ସହିତ ଶାନ୍ତିର ବାତାବରଣକୁ ସର୍ବଦା ସମାଜରେ ବିନିଯୋଗ କରିବାକୁ ଆହ୍ବାନ ଦେଇଥିଲେ। ରାଜ୍ୟପାଳ ୭୨୨ ଜଣଙ୍କୁ ବିଟେକ୍, ୧୧ ଜଣଙ୍କୁ ଏମ୍ଟେକ୍, ୭୨ ଜଣଙ୍କୁ ଏମ୍ଏସ୍ସି, ୧୬ ଜଣଙ୍କୁ ଏମ୍ବିଏ ଏବଂ ୩ ଜଣଙ୍କୁ ପିଏଚ୍ଡି ଡିଗ୍ରି ଦେଇଥିଲେ। ମୁଖ୍ୟ ଅତିଥି ଭାବରେ ବୈଜ୍ଞାନିକ ପଦ୍ମ ବିଭୂଷଣ ଡ.ରଘୁନାଥ ଅନନ୍ତ ମାସେଲକର ଯୋଗଦେଇଥିଲେ।
ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରି ପ୍ରଦାନ କରାଯାଇଥିଲା। ଡ.ମାସେଲକର ବିଶ୍ବବିଦ୍ୟାଳୟର ପ୍ରଗତି ପାଇଁ ଏକୀକରଣ, ନବସୃଜନ ଏବଂ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ବ ଦେଇଥିଲେ। ବିଶ୍ବବିଦ୍ୟାଳୟ ସଭାପତି ସଞ୍ଜୀବ କୁମାର ରାଉତ ବିଦ୍ୟାର୍ଥୀମାନଙ୍କ ଇଣ୍ଡିଆ ସ୍କିଲ ୨୦୨୧ ପ୍ରତିଯୋଗିତାରେ ଐତିହାସିକ ପ୍ରଦର୍ଶନ ଭାବେ ୨୯ଟି ପଦକ ଜିତିବା ଏବଂ ଉନ୍ନତ ପ୍ଲେସମେଣ୍ଟର ବିବରଣୀ ପ୍ରଦାନ କରିଥିଲେ। ବିଶ୍ବବିଦ୍ୟାଳୟ କୁଳପତି ଡ.ବିଏସ୍ ସତ୍ୟନାରାୟଣ ବାର୍ଷିକ ବିବରଣୀ ପ୍ରଦାନ ସହିତ ବିଶ୍ବବିଦ୍ୟାଳୟ ପକ୍ଷରୁ ଗବେଷଣାକୁ ଆହୁରି ଗୁରୁତ୍ବ ଦିଆଯିବ ବୋଲି କହିଥିଲେ। କୁଳସଚିବ ବିନିତା ପଣ୍ଡା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/27-4.jpg)