ଗୁରୁ ଦକ୍ଷିଣା ଉତ୍ସବର ଦ୍ବିତୀୟ ସନ୍ଧ୍ୟା: ମନ ମୋହିଲା ମୋଗଲ ତାମ୍‌ସା

ଭୁବନେଶ୍ବର: ‘କଳାଶ୍ରମ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୧୫ତମ ଗୁରୁ ଦକ୍ଷିଣା ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଆଜି ସନ୍ଧ୍ୟାରେ ପ୍ରଥମେ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ବର ସ୍ବାଇଁ ଓ ବାଦ୍ୟବାଣୀ ଗୁରୁକୁଳର ଶିଳ୍ପୀମାନେ ଆଦି ତାଳ ଏକହସ୍ତ ବୋଲ୍‌ ପରିବେଷଣ କରିଥିଲେ। ପରେ କଳାଶ୍ରମର ପ୍ରତିଷ୍ଠାତା ଗୁରୁ ନିତ୍ୟାନନ୍ଦ ଦାସ ଓ ଗୁରୁ ବିଜୟ କୁମାର ଦାଶଙ୍କ ଦ୍ବାରା ହେ କଳାକାର ନୃତ୍ୟ ଦର୍ଶକଙ୍କ ମନମୁଗ୍ଧ କରିଥିଲା। ଭୁବନେଶ୍ବରରୁ ଆସିଥିବା ନୃତ୍ୟଶିଳ୍ପୀମାନଙ୍କ ଓଡ଼ିଶୀ ନୃତ୍ୟ କ୍ରିଷ୍ଣାଷ୍ଟକମ୍ ପରିବେଷଣ ହୋଇଥିଲା। ରୁଦ୍ରାକ୍ଷ ଫାଉଣ୍ଡେସନ୍‌ର ନୃତ୍ୟଶିଳ୍ପୀ ସଂଜୀବ ଜେନା ଓ ରୋଜି ସ୍ବାଇଁ ହରଗୌରୀଷ୍ଟକମ୍ ନୃତ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। କାର୍ଯ୍ୟକ୍ରମର ଶେଷ ଅର୍ଘ୍ୟରେ ଭଦ୍ରକର ସଙ୍କେତ ଅନୁଷ୍ଠାନର କଳାକାରମ ମାନେ ‘ମୋଗଲ୍ ତାମ୍‌ସା’ ପରିବେଷଣ କରି ଲୋକଙ୍କୁ ବାନ୍ଧି ରଖିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାରାଦୀପ ଇଫ୍‌କୋର ଯୁଗ୍ମ ମହାପ୍ରବନ୍ଧକ ଅଭୟ କୁମାର ମଲ୍ଲ, ଇଫ୍‌କୋର ପରିଚାଳନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ‘କାଦମ୍ବିନୀ’ ସଂପାଦକ ଇତିରାଣୀ ସାମନ୍ତ, ଗୁରୁ ବିମ୍ବାଧର ଦାଶ, କଳାଶ୍ରମର ଉପଦେଷ୍ଟା ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର