ଆମ୍ରି ହସ୍ପିଟାଲ୍ସର ସପ୍ତମ ପ୍ରତିଷ୍ଠା ଦିବସ: ଅଙ୍ଗଦାନ ପାଇଁ ଶପଥ ନେଲେ କର୍ମଚାରୀ

ଭୁବନେଶ୍ବର: ଆମ୍ରି ହସ୍ପିଟାଲ୍ସ, ଭୁବନେଶ୍ବରର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ହସ୍ପିଟାଲ୍‌ର ବହୁ କର୍ମଚାରୀ ନିଜର ଅଙ୍ଗଦାନ ପାଇଁ ଶପଥ ନେଇଥି‌ଲେ। ଲୋକସେବକ ମଣ୍ଡଳ ପରିଚାଳିତ ଶରୀର ଅଙ୍ଗଦାନ ଅଭିଯାନର ଅଧ୍ୟକ୍ଷ ପ୍ରଭାସ ଆଚାର୍ଯ୍ୟ ଏଥିରେ ଯୋଗଦେଇ ଶରୀର ଦାନ ଓ ଅଙ୍ଗଦାନ ଉପରେ ଆଲୋଚନା କରିଥିଲେ। ଭାରତରେ ଅଙ୍ଗଦାନକୁ ନେଇ ବହୁ କୁସଂସ୍କାର ଓ ପରମ୍ପରା ବାଧକ ସୃଷ୍ଟି କରୁଥିବା ବେଳେ ଦେଶର କୋଣ ଅନୁକୋ‌ଣରେ ବହୁ ସାମାଜିକ ସଂଗଠନ ଅଙ୍ଗଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ବୋଲି ସେ କହିଥିଲେ। ଅଙ୍ଗଦାନ ଅଭିଯାନର ଉପାଧ୍ୟକ୍ଷ ପ୍ରଫୁଲ୍ଲ ମହାପାତ୍ର ଉପସ୍ଥିତ ଥିଲେ। ଆମ୍ରି ହସ୍ପିଟାଲ୍‌ସ୍‌ର ୟୁନିଟ୍‌ ମୁଖ୍ୟ ନିଲଞ୍ଜନା ମୁଖାର୍ଜୀ ଅନ୍ଧବିଶ୍ବାସକୁ ଦୂର କରି ଅଙ୍ଗଦାନ ପାଇଁ ଶପଥ ନେବାକୁ ବିଭିନ୍ନ ଅନୁଷ୍ଠାନ ଆଗେଇ ଆସିବା ଉଚିତ ବୋଲି ମତ ‌େଦଇଥିଲେ। ହସ୍ପିଟାଲ୍‌ର ମାନବ ସମ୍ବଳ ବିକାଶ ମୁଖ୍ୟ ରାଜଶ୍ରୀ ଉପାଧ୍ୟାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର