ଦୋକାନ ତାଲା କାଟି ୭୦ ହଜାର ଲୁଟ୍‌

ବାଲିପାଟଣା, ୨୨।୩ (ଇମିସ): ସ୍ଥାନୀୟ ଧାନହରା ବଜାରସ୍ଥିତ ସୋମନାଥ ହାର୍ଡୱେୟାର‌୍ ଷ୍ଟୋର୍‌ରୁ ଗତରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ତାଲା କାଟି କ୍ୟାସ୍‌ ବାକ୍ସରୁ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୋକାନ ମାଲିକ ଚତୁର୍ଭୁଜ ଆଚାର୍ଯ୍ୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଚୋରଙ୍କ ଟେର୍‌ ମିଳିନାହିଁ।

ସୂଚନାନୁସାରେ ଚତୁର୍ଭୁଜ ଗତକାଲି ଦୋକାନକୁ ମାଲ୍ ମଗା‌ଇଥିଲେ। ମାଲ୍‌ ନେଇ ଆସିଥିବା ଗାଡ଼ି ଡ୍ରାଇଭରଙ୍କ ହାତରେ ସେ ଗୋଦାମ ମାଲିକଙ୍କ ୭୦ ହଜାର ଟଙ୍କା ପଠାଇବାର ଥିଲା। କିନ୍ତୁ ରାତିରେ ଏକୁଟିଆ ଥିବାରୁ ଡ୍ରାଇଭର ଟଙ୍କା ନେବାକୁ ମନା କରିଥିଲେ। ତେଣୁ ଚତୁର୍ଭୁଜ ଦୋକାନରେ ଟଙ୍କା ରଖି ଘରକୁ ଖାଇବାକୁ ଯାଇଥିଲେ ଓ ରାତି ୧୨ଟା‌ ବେଳକୁ ଦୋକାନରେ ଶୋଇବାକୁ ଆସିଥିଲେ। ମାତ୍ର ସେ ଘରୁ ଫେରିବା ବେଳକୁ ଦୁର୍ବୃତ୍ତମାନେ ତାଲା କାଟି ଲୁଟ୍‌ କରି ସାରିଥିଲେ। କ୍ୟାସ୍‌ ଡ୍ର ଭାଙ୍ଗି ଦୁର୍ବୃତ୍ତମାନେ ୭୦ ହଜାର ଟଙ୍କା ଚୋରି କରି ନେଇଥିଲେ।

ସମ୍ବନ୍ଧିତ ଖବର