ଚନ୍ଦ୍ରଶେଖରପୁର: ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ, ଓଡ଼ିଶା ଆନୁକୂଲ୍ୟରେ ଗବେଷକ ଡ. ଭାସ୍କର ମିଶ୍ର ଓ ପ୍ରଶାସକ ସୁଶାନ୍ତ କୁମାର ଦାଶଙ୍କ ଦ୍ୱାରା ରଚିତ ଇଂରାଜୀ ଗ୍ରନ୍ଥ ‘ଦ ସ୍ରାଇନ୍ ଅଫ୍ ଶ୍ରୀଜଗନ୍ନାଥ: ଆନ୍ ଓଭରଭିୟୁ’ ଶୀର୍ଷକ ଗ୍ରନ୍ଥ ଆଜି ଉନ୍ମୋଚିତ ହୋଇଯାଇଛି। ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାରସ୍ଥିତ ଏକ ତାରକା ହୋଟେଲ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ’ର ସଭାପତି ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ରୂପେ ସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଏହି ତଥ୍ୟଭିତ୍ତିକ ଗ୍ରନ୍ଥର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ଯୋଗ ଦେଇଥିଲେ। ଆୟକର ବିଭାଗର ପ୍ରମୁଖ କମିସନର୍ ଦେବେନ୍ଦ୍ର ନରାୟଣ କର, ବିଶିଷ୍ଟ ସାହିତ୍ୟିକ ତଥା ସଂସ୍କୃତିବିତ୍ ପ୍ରଫେସର ରାଜକିଶୋର ମିଶ୍ର ମଧ୍ୟ ସମାରୋହରେ ଯୋଗଦାନ କରି ଶ୍ରୀଜଗନ୍ନାଥଙ୍କ ଗୁଣଗାନ କରିଥିଲେ। ଏହି ଅବସରରେ ‘ପୌରୁଷ’ର ସଂପାଦକ ତଥା ସାହିତ୍ୟିକ ଅସିତ ମହାନ୍ତି ଗ୍ରନ୍ଥର ସମୀକ୍ଷା ବିବରଣୀ ବିସ୍ତତ ଭାବେ ଉପସ୍ଥାପନ କରି ଏଭଳି ଉପାଦେୟ ପୁସ୍ତକ ରଚନା ଏକାନ୍ତ ଆବଶ୍ୟକ ଥିଲା ବୋଲି କହିଥିଲେ। ଏହାସହ ସେ ରଚୟତାମାନଙ୍କୁ ସାଧୁବାଦ ଜଣାଇଥିଲେ। ଟ୍ରଷ୍ଟର ସଂପାଦକ ବିଶ୍ୱନାଥ ସାମନ୍ତରା ଓ ନନ୍ଦ କିଶୋର ଜେନା ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିବା ବେଳେ ଟ୍ରଷ୍ଟର ଅନ୍ୟତମ ସଭ୍ୟ ଆଇନ୍ଜୀବୀ ପୂର୍ଣ୍ଣଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଓଡ଼ିଶା ପ୍ରଶାସନିକ ସେବାର ବହୁ ବରିଷ୍ଠ ଅଧିକାରୀ, ଗବେଷକ, ସାହିତ୍ୟିକ, ଲେଖକ, ସମାଜସେବୀ ସମେତ ଜଗନ୍ନାଥପ୍ରେମୀମାନେ ଉପସ୍ଥିତ ଥିଲେ।
ଗ୍ରନ୍ଥ ‘ଦ ସ୍ରାଇନ୍ ଅଫ୍ ଶ୍ରୀଜଗନ୍ନାଥ: ଆନ୍ ଓଭରଭିୟୁ’ ଉନ୍ମୋଚିତ
/sambad/media/post_attachments/wp-content/uploads/2018/08/Niladir-Adhayatimaka-Trast1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)