ଖଣ୍ଡଗିରି: ଖଣ୍ଡଗିରିସ୍ଥିତ ଶିବାନନ୍ଦ ଶତବାର୍ଷିକ ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ତଥା ଉପସଭାପତି ଓ ସମ୍ପାଦକ ଦାୟିତ୍ବ ତୁଲାଇଥିବା ତ୍ୟାଗ ସ୍ୱରୁପାନନ୍ଦ ସରସ୍ୱତୀ ମହାରାଜଙ୍କ ‘ଷୋଡ଼ଶୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୦୮ସାଧୁସନ୍ଥ ଯୋଗ ଦେଇଥିଲେ। ସମସ୍ତ ସାଧୁସନ୍ଥଙ୍କୁ ଛତା, କମଣ୍ଡଳୁ, କଠଉ, ଲୋଟା, ଗେରୁଆ ବସ୍ତ୍ର, ଚଦର, ଫଳ, ମିଠା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘ, ଓଡ଼ିଶାର ବିଭିନ୍ନ ଶାଖାରୁ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ସ୍ୱାମୀ ଧର୍ମ ପ୍ରକାଶନନ୍ଦ ସରସ୍ୱତୀ, ସ୍ୱାମୀ ଶ୍ରୀନିବାସାନନ୍ଦ ସରସ୍ବତୀ, ସ୍ୱାମୀ ବିଦ୍ୟାନନ୍ଦ ସରସ୍ବତୀ, ସ୍ୱାମୀ ଜିତୋମହାନନ୍ଦ ସରସ୍ବତୀ, ସ୍ୱାମୀ ରାମଦାସ ନନ୍ଦ, ସ୍ୱାମୀ ହରିଶରଣା ନନ୍ଦ, ସ୍ୱାମୀ ରାମେଶ୍ୱର ନନ୍ଦ, ସ୍ୱାମୀ ବ୍ରଜ ବାବା ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ସ୍ୱାମୀ ତ୍ୟାଗ ସ୍ବରୂପାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟର ସମ୍ପାଦକ ଜୟଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷ ମନୋଜ କୁମାର ଦାସ, ଉପାଧ୍ୟକ୍ଷ ଜ୍ୟୋତି ପ୍ରଭଞ୍ଜନ ଆଚାର୍ଯ୍ୟ, ହଷ୍ଟେଲ ଅଧୀକ୍ଷକ ଅଶୋକ ରାଉତରାୟ, ସହସମ୍ପାଦକ ଅଜୟ ପଟ୍ଟନାୟକ ଉପସ୍ଥିତ ଥିଲେ। ସ୍ବାମୀଜୀଙ୍କ ପୂର୍ବାଶ୍ରମର ପୁତ୍ର, ଜୋଇଁ ଓ ଝିଅ ଉପସ୍ଥିତ ଥିଲେ।