ସହିଦ ନଗରରେ ଖୋଲିଲା ‘ଦ ସ୍କିନ୍‌ ରିକଭରି କ୍ଲିନିକ୍‌’

ଭୁବନେଶ୍ବର: ସହିଦ ନଗରରେ ଖୋଲିଛି ସ୍କିନ୍‌ ରିକଭରି କ୍ଲିନିକ୍‌। ବିଏମ୍‌ସି ମେୟର ସୁଲୋଚନା ଦାସ, ଅତିରିକ୍ତ ଡିସିପି (ଟ୍ରାଫିକ୍‌) କେ.କେ ପାଣିଗ୍ରାହୀ ଓ ‘ସମ୍ବାଦ’ ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡାକ୍ତର ଐଶ୍ବର୍ଯ୍ୟାଙ୍କ ଏହି କ୍ଲିନିକ୍‌କୁ ଉଦ୍‌ଘାଟନ କରିଛନ୍ତି। ମେୟର ଶ୍ରୀମତୀ ଦାସ ଉଦ୍ୟୋଗୀଙ୍କୁ ଶୁଭେଚ୍ଛା ଜଣାଇ କହିଲେ, ଓଡ଼ିଶା ସରକାର ମହିଳା ଉଦ୍ୟୋଗୀଙ୍କୁ ଆଗକୁ ଅଣିବା ପାଇଁ ସବୁପ୍ରକାର ସହଯୋଗ କରୁଛନ୍ତି। ଏବେ ସୌନ୍ଦର୍ଯ୍ୟ ଶିଳ୍ପ (ବୟୁଟି ଇଣ୍ଡଷ୍ଟ୍ରି) ପାଇଁ ମହିଳାମାନଙ୍କ ଭିତରେ ଆଗ୍ରହ ବଢ଼ୁଛି।

ଏଥିରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ନୂଆ ନିଯୁକ୍ତି ସୃଷ୍ଟି କରିପାରୁଛନ୍ତି। ଆସନ୍ତା ୧୦ ବର୍ଷ ଭିତରେ ଏହି ଶିଳ୍ପ ବହୁତ ଆଗକୁ ବଢ଼ିବ ବୋଲି ସେ କହିଥିଲେ। ଶ୍ରୀ ପାଣିଗ୍ରାହୀ କହିଲେ, ମହିଳାମାନେ ସମାଜରେ ଉଦ୍ୟୋଗୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏହାସହ ସେ କ୍ଲିନିକ୍‌ର ଉନ୍ନତ୍ତି କାମନା କରିଥିଲେ। ଡାକ୍ତର ଐଶ୍ବର୍ଯ୍ୟା କହିଲେ, ଓଡ଼ିଶାରେ ପ୍ରଥମଥର ପାଇଁ ଲେଜର୍‌ ହେୟାର ରିଡେକସନ୍‌ ଏହି କ୍ଲିନିକ୍‌ ଦ୍ବାରା ଆରମ୍ଭ ହୋଇଛି। ହେୟାର ଟ୍ରିଟ୍‌ମେଣ୍ଟ ସହ ତ୍ବଚା ସମ୍ବନ୍ଧୀୟ ସବୁ ପ୍ରକାର ଚିକିତ୍ସାର ଉତ୍ତମ ସେବା ଓଡ଼ିଶାବାସୀ ଏଠାରେ ପାଇପାରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର