ଭୁବନେଶ୍ବର: ସ୍ଥାନୀୟ ଜାଗମରା ଅଞ୍ଚଳରେ ରହୁଥିବା ବିକାଶ ବାହିନୀପତିଙ୍କ ପୁଅ ଆକାଶ ଦୁଃସାଧ୍ୟ ଜନ୍ମଗତ ଡୁସେନ୍ ମସ୍କୁଲାର ଡିଷ୍ଟ୍ରୋଫି (ଡିଏମ୍ଡି) ରୋଗରେ ପୀଡ଼ିତ। ଦିନକୁ ଦିନ ଆକାଶଙ୍କ ମାଂସପେଶୀ ଦୁର୍ବଳ ହୋଇଗଲାଣି। ବର୍ତ୍ତମାନ ସେ ହ୍ବିଲ୍ଚେୟାର୍ ଉପରେ ନିର୍ଭରଶୀଳ। ଭାରତରେ ଏହି ରୋଗର ଚିକିତ୍ସା ନଥିବା ବେଳେ ଦୁବାଇର ଏକ ପ୍ରତିଷ୍ଠିତ ହସ୍ପିଟାଲରେ ଚିକିତ୍ସା କରାଯିବ। ଏଥିପାଇଁ ପ୍ରାୟ ୨୯ କୋଟି ଟଙ୍କା ଆବଶ୍ୟକ। ବିକାଶ ଭୁବନେଶ୍ବରର ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ବେଳେ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହି। ତେଣୁ ଚିକିତ୍ସା ପାଇଁ ବିକାଶ ସରକାର, ବିଭିନ୍ନ ଅନୁଷ୍ଠାନ ଓ ବଦାନ୍ୟ ଲୋକଙ୍କ ସାହାଯ୍ୟ ଲୋଡ଼ିଛନ୍ତି।
ବିକାଶଙ୍କ ସୂଚନାନୁସାରେ ଏହା ଏକ ବିରଳ ଜେନେଟିକ୍ ରୋଗ। ଏହି ରୋଗ ଫୁସ୍ଫୁସ୍ ଓ ହୃତ୍ପିଣ୍ଡକୁ ପ୍ରଭାବିତ କରିଥାଏ। ଆକାଶକୁ ୩ ବର୍ଷ ବୟସରେ ଏହି ରୋଗ ଜଣାପଡ଼ିଥିଲା। ପୁଅର ଚିକିତ୍ସା ପାଇଁ ସେ ଇମ୍ପାକ୍ଟ ଗୁରୁ ପ୍ଲାଟଫର୍ମରେ ଏକ କ୍ରାଉଡ୍ଫଣ୍ଡିଂ ଅଭିଯାନ ଆରମ୍ଭ କରିଛନ୍ତି। ଆକାଶଙ୍କ ଚିକିତ୍ସା ସମ୍ପର୍କୀୟ ସମସ୍ତ ତଥ୍ୟ, ଚିକିତ୍ସା ରିପୋର୍ଟ ଏବଂ ଔଷଧ ଖର୍ଚ୍ଚ ଇମ୍ପାକ୍ଟ ଗୁରୁ ୱେବାସାଇଟ୍ରେ ଉପଲବ୍ଧ ରହିଛି। ଆକାଶଙ୍କୁ ସାହାଯ୍ୟ କରିବା ପାଇଁ ଅଥବା ଏବାବଦରେ ଅଧିକ ଜାଣିବା ବିକାଶଙ୍କ ଇମେଲ- [email protected], ମୋବାଇଲ -୮୦୯୩୭୭୦୨୨୧ରେ ଯୋଗାଯୋଗ କରି ସାହାଯ୍ୟ କରିପାରିବେ। ଆକାଶଙ୍କୁ ଏକ ନୂଆ ଜୀବନ ଦେବାପାଇଁ ସହାୟତାର ହାତ ବଢ଼ାଇବାକୁ ବିକାଶ ଅନୁରୋଧ କରିଛନ୍ତି।