ଜଳିଗଲା ସ୍ପେୟାର ପାର୍ଟସ ସୋ ରୁମ୍‌

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଓଭରବ୍ରିଜ ନିକଟରେ ଥିବା ପଦ୍ମା କାର୍‌ ମାର୍ଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ସନ୍ଧ୍ୟା ୭ଟା ବେଳେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସୋ ରୁମ୍‌ଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ରାତିକାଳୀନ କର୍ଫ୍ୟୁ ଯୋଗୁଁ ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି। ତେବେ ଏଥିରେ ଥିବା ୨୦ରୁ ୩୦ ଲକ୍ଷ ଟଙ୍କାର ସ୍ପେୟାର ପାର୍ଟସ ଜଳି ଯାଇଛି। ଖବର ପାଇ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ସଟର ବନ୍ଦ ଥାଇ ଭିତରେ ନିଆଁ ଜଳୁଥିବାରୁ ଆଗ୍ନିକମାନେ ନୟାନ୍ତ ହୋଇଥିଲେ। ଶେଷରେ ତାଲା ଭଙ୍ଗାଯାଇ ସଟର ଟେକା ଯାଇଥିଲା। ଟେକିବା ବେଳକୁ ଭିତରେ ନିଆଁ ହୁତ୍‌ ହୁତ୍‌ ହୋଇ ଜଳୁଥିଲା। ଖୋଲିବା ପରେ ସୋ ରୁମ୍‌ଟି ଦୁଇ ମହଲା ଥିବା ଜଣାପଡ଼ିଥିଲା। ଉପର ମହଲାକୁ ନିଆଁ ଚାଲିଯାଇଥିବାରୁ ଲିଭାଇବା କାଠିକର ପାଠ ହୋଇଥିଲା। ଦୀର୍ଘ ଏକ ଘଣ୍ଟା ଧରି ତିନୋଟି ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ। ମାଲିକ ଆଶିଷ ମିଶ୍ରଙ୍କ କହିବ‌େ ଅନୁସାରେ ସନ୍ଧ୍ୟା ସାଢ଼େ ୬ଟା ବେଳେ ସେ ବନ୍ଦ କରି ଘରକୁ ଯାଇଥିଲେ। ସାଢ଼େ ୭ଟା ବେଳେ ଦୋକାନ ଜଳୁଥିବା ନେଇ ସେ ଖବର ପାଇଥିଲେ। ନିଆଁ ସଟ୍‌ ସର୍କିଟ ଯୋଗୁଁ ଲାଗିଥିବା ଆଶଙ୍କା କରାଯାଉଛି। ନିଆଁ ଭିତରେ ଜଳୁଥିବାରୁ ପାଖ ଦୋକାନ ପ୍ରଭାବିତ ହୋଇନଥିବା ଅଗ୍ନିଶମ ଅଧିକାରୀଙ୍କ ପକ୍ଷରୁ କୁହାଯାଉଛି।

ସମ୍ବନ୍ଧିତ ଖବର