ଭୁବନେଶ୍ବର: ଆଜି ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ବର ଡାକମଣ୍ଡଳ ଅଧୀନସ୍ଥ ଭୁବନେଶ୍ବର ଜିପିଓ ଓ ଖୋର୍ଦ୍ଧା ମୁଖ୍ୟ ଡାକଘର ପକ୍ଷରୁ ଫିଲାଟେଲି କକ୍ଷରେ ଏକ ସ୍ବତନ୍ତ୍ର ରଦ୍ଦକରଣ ମୋହର ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ବର ଜିପିଓ ଓ ଖୋର୍ଦ୍ଧା ମୁଖ୍ୟ ଡାକଘରେ ରେଜଷ୍ଟ୍ରି ପୋଷ୍ଟ ଏବଂ ସ୍ପିଡ୍‌ ପୋଷ୍ଟ ବୁକିଂ କରିବା ପାଇଁ ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏକ କାଉଣ୍ଟର ଖୋଲାଯାଇଛି। ଏହି ସମୟରେ ସ୍ବତନ୍ତ୍ର ରଦ୍ଦକରଣ ମୋହର ଉପଲବ୍ଧ ହେବ।

Advertisment

ଆଜି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ଡାକ ପରିମଣ୍ଡଳର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବାରିକ, ଭୁବନେଶ୍ବର ଡାକମଣ୍ଡଳ ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା, ସହ ନିର୍ଦ୍ଦେଶକ ବାଳକୃଷ୍ଣ କର, ଭୁବନେଶ୍ବର ବରିଷ୍ଠ ଡାକପାଳ ଶିବଶଙ୍କର ଶତପଥୀ, ବରିଷ୍ଠ ଫିଲାଟେଲି ସଭ୍ୟ ଅନୀଲ ଧିର୍‌ ଓ ଅନୁପମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଫିଲାଟେଲି ବ୍ୟୁରୋ ଇନ୍‌ଚାର୍ଜ ଶିବପ୍ରସାଦ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।