ଫରେନ୍‌ସିକ୍‌ ଲ୍ୟାବ୍‌ ସମ୍ମୁଖରେ କଂଗ୍ରେସ ଅନୁସୂଚିତ ଜନଜାତି ସେଲ୍‌ର ବିକ୍ଷୋଭ

ଭୁବନେଶ୍ୱର : କୁନ୍ଦୁଲି ପ୍ରସଙ୍ଗରେ ଆଜି କଂଗ୍ରେସ ଅନୁସୂଚିତ ଜନଜାତି ସେଲ୍‌ ପକ୍ଷରୁ ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍‌ ଲ୍ୟାବକୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  କୁନ୍ଦୁଲି ପୀଡ଼ିତାଙ୍କ ଫରେନସିକ୍‌ ରିପୋର୍ଟରେ ଜାଲିଆତି ହୋଇଥିବା ଅଭିଯୋଗ କରିବା ସହ ଏହାର ସିବିଆଇ ତଦନ୍ତ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଦୋଳନକାରୀମାନେ ଲ୍ୟାବ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ପୂର୍ବରୁ ସେଠାରେ ଉପସ୍ଥିତ ପୁଲିସ କର୍ମୀମାନେ ସେମାନଙ୍କୁ ବିରୋଧ କରିବାରୁ ଆନ୍ଦୋଳକାରୀଙ୍କ ସହ ଧସ୍ତାଧସ୍ତି ହୋଇଥିିଲା। ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନେତୃତ୍ୱରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ସମେତ ୨ ଶହରୁ ଅଧିକ କଂଗ୍ରେସ କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର